thumbnail

By

Published : Jan 11, 2021, 6:38 PM IST

ETV Bharat / Videos

ରଥଯାତ୍ରା ପାଇଁ ପୁନଃ ସଜବାଜ ଶ୍ରୀମନ୍ଦିର, ରଥକାଠ ପାଇଁ ପ୍ରତିନିଧ ଦଳର ନୟାଗଡ଼ ଗସ୍ତ

ପୁରୀ: ଆରମ୍ଭ ହେଲା ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ପ୍ରସ୍ତୁତି। ରଥକାଠ ଗଛକଟା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ 4ଜଣିଆ ପ୍ରତିନିଧି ଦଳ ନୟାଗଡ଼ ଅଭିମୁଖେ କରିଛି ଯାତ୍ରା କରିଛନ୍ତି। ପ୍ରତିନିଧି ଦଳ ସେଠାରେ ରଥକାଠ ପାଇଁ ଗଛ ଚିହ୍ନଟ କରିବେ । ଏହାପରେ ଗଛକାଟିବା ପାଇଁ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତିକାନ୍ତି କରାଯିବ । ରଥକାଠ ପାଇଁ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ବରେ ରଥ ତତ୍ତ୍ବାବଧାରକ, ରଥ ଅମିନ ଓ ଭୋଇ ସର୍ଦାର ପ୍ରମୁଖ ଶ୍ରୀମନ୍ଦିର ପ୍ରତିନିଧି ଦଳରେ ସାମିଲ ହୋଇଛନ୍ତି। ରଥକାଠ ଗଛ ଚିହ୍ନଟ ହେବା ପରେ ଅନୁକୂଳ ନିମନ୍ତେ ସାଙ୍ଗରେ ମହାପ୍ରଭୁଙ୍କ ଲାଗି ମାଳମହାର୍ଦ, ଖଣ୍ଡୁଆ, ଧୂପ, ଦୀପ, ନଡ଼ିଆ ପ୍ରଭୃତି ନୀତିକାନ୍ତି ଜିନିଷ ପ୍ରତିନିଧି ଦଳ ନିଜ ସାଥିରେ ନେଇଛନ୍ତି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.