ଜରାଜୀର୍ଣ୍ଣ ଅବସ୍ଥାରେ ନବରଙ୍ଗପୁର-ନନ୍ଦାହାଣ୍ଡି ବ୍ରିଜ୍ - Nabarangapur Bridge badly damaged
🎬 Watch Now: Feature Video
ନବରଙ୍ଗପୁର: ଜରାଜୀର୍ଣ୍ଣ ଅବସ୍ଥାରେ 50 ବର୍ଷ ତଳର ପଥର ଯୋଡ଼େଇ ବ୍ରିଜ୍ । ଉପରକୁ ଚିକ୍କଣ ମାତ୍ର ବିଜ୍ ଉପରେ ଯାତାୟତ ବିପଦପୂର୍ଣ୍ଣ । ନବରଙ୍ଗପୁର ସିନ୍ଧିଗୁଡା ବ୍ରିଜ। ନବରଙ୍ଗପୁରରୁ ନନ୍ଦାହାଣ୍ଡି ବ୍ଲକ ଦେଇ ତେନ୍ତୁଳିଖୁଣ୍ଟି ଇନ୍ଦ୍ରାବତୀକୁ ସଂଯୋଗ କରୁଛି ଏହି ବ୍ରିଜ । ତେବେ ନବରଙ୍ଗପୁରରୁ ନନ୍ଦାହାଣ୍ଡି ଯିବା ପାଇଁ ଏହି ସଂକୀର୍ଣ୍ଣ ପୋଲ ଉପର ଦେଇ ଦୈନିକ ଶହ ଶହ ସଂଖ୍ୟାରେ ଭାରି ଯାନ ଚଳାଚଳ କରୁଛି । ମାତ୍ର ପୋଲଟିର ଅବସ୍ଥା ଏମିତି ଯେ, ତାହା କୌଣସି ମୁହୁର୍ତ୍ତରେ ଭାଙ୍ଗିଯାଇ ପାରେ ବୋଲି ସ୍ଥାନୀୟ ବାସିନ୍ଦା ମତ ରଖିଛନ୍ତି ।