ବଡ ମ୍ୟାଚରେ ଉତ୍ତମ ପ୍ରଦର୍ଶନର ବିଶ୍ବାସ ଦେଇଥିଲେ ବିରାଟ ଭାଇ: ସିରାଜ

By

Published : Jan 21, 2021, 10:14 PM IST

thumbnail

ହାଇଦ୍ରାବାଦ: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ କହିଛନ୍ତି ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କ୍ୟାପଟେନ ବିରାଟ କୋହଲି ତାଙ୍କୁ ସର୍ବଦା ବିଶ୍ବାସ କରିଥିବାରୁ ସଦା କୃତଜ୍ଞ ରହିବେ । ଅଷ୍ଟ୍ରେଲିଆ ସିରିଜ ଆରମ୍ଭ ପୂର୍ବରୁ ସିରାଜ ନିଜ ପିତାଙ୍କୁ ହରାଇଥିଲେ । କିନ୍ତୁ ସିରାଜ ଅଷ୍ଟ୍ରେଲିଆରେ ରହିବାକୁ ହିଁ ନିଷ୍ପତ୍ତି ନେଇଥିଲେ । କାରଣ ତାଙ୍କର ପିତା ତାଙ୍କୁ ଟେଷ୍ଟ କ୍ରିକେଟ ଖେଳିବାର ସ୍ବପ୍ନ ରଖିଥିଲେ । ଆରସିବି ଓ ବିରାଟ ଭାଇ ସର୍ବଦା ବିଶ୍ବାସ ଦେଖାଇଛନ୍ତି । ଆରସିବି ସବୁସମୟରେ ସମର୍ଥନ କରିଛି । ବର୍ଷ 2018 ସଂସ୍କରଣରେ ଖରାପ ପ୍ରଦର୍ଶନ ସତ୍ତ୍ବେ ସେମାନେ ମୋତେ ରିଟେନ କଲେ । ବିରାଟ ଭାଇ ସର୍ବଦା ସହଯୋଗର ହାତ ବଢାଇଛନ୍ତି । ସେ ସବୁବେଳେ କହିଛନ୍ତି, ବଡ ମ୍ୟାଚରେ ପ୍ରଦର୍ଶନ କରିବାର କ୍ଷମତା ରହିଛି । ଅଷ୍ଟ୍ରେଲିଆ ସିରିଜରେ ମିଳିଥିବା ଅତ୍ମବିଶ୍ବାସ ଇଂଲଣ୍ଡ ବିପକ୍ଷ ସିରିଜରେ ନେଇଯିବି । ଟିମ ମ୍ୟାନେଜମେଣ୍ଟ ଯାହା ନିଷ୍ପତ୍ତି ନେବ, ତାହା ହିଁ କରିବି । ମହମ୍ମଦ ସାମି, ଉମେଶ ଯାଦବ ଫେରିବା ପରେ ସ୍ଥାନ ମିଳିବା ନେଇ ଅଧିକ ଚିନ୍ତା କରୁନି । ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ହାଇଦ୍ରାବାଦରେ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ସିରାଜ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.