Tokyo Olympics: ସ୍ବର୍ଣ୍ଣ ଜିତିଲେ ନୀରଜ, କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀଙ୍କ ପ୍ରତିକ୍ରିୟା - ଅନୁରାଗ ଠାକୁର
🎬 Watch Now: Feature Video
ନୂଆଦିଲ୍ଲୀ: ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ନୀରଜ ଦେଶକୁ ସ୍ବର୍ଣ୍ଣ ଦେଇଛନ୍ତି । ଏହାପରେ ଅଭିନନ୍ଦନର ସୁଅ ଛୁଟିଛି ନୀରଜଙ୍କ ପାଖକୁ । କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ସ୍ବର୍ଣ୍ଣ ପଦକ ଜିତିବା ପାଇଁ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ 135 କୋଟି ଭାରତୀୟଙ୍କ ପକ୍ଷରୁ ଜାଭେଲିନ୍ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତିଥିବାରୁ ମୁଁ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଉଛି। ସେ ଆଗାମୀ ପିଢ଼ି ଖେଳାଳିଙ୍କ ପାଇଁ ପ୍ରେରଣା ଉତ୍ସ ହେବେ ।