ଥମୁନି ୟୁଭିକାଙ୍କ ବିବାଦ, ପ୍ରିନ୍ସ କହିଲେ ଆମେ ଜାତିପ୍ରଥାକୁ ବିଶ୍ବାସ କରୁନାହୁଁ - ଆମେ କାଷ୍ଟକୁ ବିଶ୍ବାସ କରୁ ନାହୁଁ ପ୍ରିନ୍ସ
🎬 Watch Now: Feature Video
ମୁମ୍ବାଇ: କିଛିଦିନ ହେବ ସମସ୍ୟା ଘେରରେ ଅଭିନେତ୍ରୀ ୟୁବିକା ଚୌଧୁରୀ । ସୋସିଆଲ ମିଡିଆରେ ତାଙ୍କୁ ଗିରଫ କରାଯିବା ଦାବି ତୀବ୍ର ହୋଇଛି। ନିକଟରେ ସେ ଏକ ନିର୍ଦ୍ଦିଷ୍ଟ ଜାତି ବିଷୟରେ ସୋସିଆଲ ମିଡିଆରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଭିଡିଓ ଦେଖିବା ପରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଛି । ସେପଟେ ଟ୍ବିଟରରେ ମଧ୍ୟ #ArrestYuvikaChoudhary ଟ୍ରେଣ୍ଡ କରୁଛି । ଯେଉଁଥିପାଇଁ ନିକଟରେ କ୍ଷମା ମାଗିଥିଲେ ଅଭିନେତ୍ରୀ । ଏହି ବିବାଦ ଉପରେ ଏବେ ପ୍ରିନ୍ସ ନିଜର ପ୍ରତିକ୍ରିୟା ପ୍ରକାଶ କରି ଗଣମାଧ୍ୟମକୁ କହିଛନ୍ତି ଯେ ସେମାନେ ଜାତିପ୍ରଥାକୁ ବିଶ୍ବାସ କରନ୍ତି ନାହିଁ ଏବଂ ସେ ବ୍ୟବହାର କରିଥିବା ଶବ୍ଦର ଅର୍ଥ ଜାଣି ନଥିଲେ । ତେଣୁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଆଘାତ ଦେଇଥିବାରୁ ଆମେ ପ୍ରଶଂସକଙ୍କ ନିକଟରେ କ୍ଷମା ମାଗୁଛୁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ