‘ରାଜକପୁରଙ୍କ ନାତି ନୁହେଁ, ନିଜ ଦମରେ ଖୋଜିବି ପରିଚୟ’ - ହାଲୋ ଚାର୍ଲି ଟ୍ରେଲର ରିଲିଜ ନ୍ୟୁଜ
🎬 Watch Now: Feature Video
ମୁମ୍ବାଇ: ଫିଲ୍ମ ‘ହାଲୋ ଚାର୍ଲି’ ଜରିଆରେ ବଲିଉଡରେ ଡେବ୍ୟୁ କରିବେ କପୁର ବଂଶର ଲାଡଲା ଆଦର ଜୈନ । ସେ ଫେମସ ଅଭିନେତା, ନିର୍ମାତା ଓ ନିର୍ଦ୍ଦେଶକ ରାଜ କୁପରଙ୍କ ନାତି । ରାଜଙ୍କ ଝିଅ ରିମା ଜୈନଙ୍କ ପୁଅ ଆଦର । ନିକଟରେ ତାଙ୍କ ଫିଲ୍ମ ‘ହାଲୋ ଚାର୍ଲି’ର କମେଡି ଟ୍ରେଲର ରିଲିଜ ହୋଇଥିଲା । ଯାହାର ଇଭେଣ୍ଟରେ ସେ କପୁର ପରିବାରର ସଦସ୍ୟ ହୋଇଥିବା ବିଷୟରେ ଆଲୋଚନା କରି କହିଥିଲେ ଯେ ତାଙ୍କୁ କେବେ ମଧ୍ୟ କୌଣସି ପ୍ରେସର ହୋଇନାହିଁ କପୁର ବଂଶରୁ ଥିବାରୁ । ଆଉ ରାଜ କପୁରଙ୍କନ ନାତି ରୂପେ ନୁହେଁ ବରଂ ନିଜ ଦମରେ ବଲିଉଡରେ ନିଜ କ୍ୟାରିୟର ଗଢିବାକୁ ସ୍ବପ୍ନ ଦେଖୁଛନ୍ତି ସେ ।