Lok Sabha: ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଯାଉ

By

Published : Mar 30, 2022, 10:56 PM IST

Updated : Feb 3, 2023, 8:21 PM IST

thumbnail

ନୂଆଦିଲ୍ଲୀ: ଲୋକସଭାରେ ଉଠିଲା ସମ୍ବଲପୁରୀ ଭାଷା ସାହିତ୍ୟ, ସଂଗୀତ ଓ ସଂସ୍କୃତିକ ସୁରକ୍ଷା ପ୍ରସଙ୍ଗ । ଲୋକସଭାରେ ବରଗଡ ବିଜେପି ସାଂସଦ ସୁରେଶ ପୂଜାରୀ ସମ୍ବଲପୁରୀ ଭାଷାରେ ଏହି ପ୍ରସଙ୍ଗ ଉଠାଇ ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ଦୃଢ ଦାବି କରିଛନ୍ତି । ସୁରେଶ ପୁରା ସମ୍ବଲପୁରୀ ଭାଷାରେ କହିଛନ୍ତି ସମ୍ବଲପୁରୀ ଭାଷା ଏକ ପ୍ରାଚୀନ ତଥା ବିଜ୍ଞାନ ଆଧାରିତ ଭାଷା । ଯାହାର ନିଜସ୍ବ ବ୍ୟାକରଣ, ନିଜସ୍ବ ଶବ୍ଦାବଳୀ, ନିଜସ୍ବ ସାହିତ୍ୟ ଅଛି । ଏହାସହ ସମ୍ବଲପୁରୀ ଭାଷାରେ ରାମାୟଣ, ମହାଭାରତ, ଶ୍ରୀମଦ ଭଗବତଗୀତା, ଅନ୍ୟ ଧର୍ମୀୟ ଗ୍ରନ୍ଥ ସହ ପୁସ୍ତକ ଅନୁବାଦିତ ହୋଇଛି । ଏହି ଭାଷା ଓଡିଶାର ପୁରା ପଶ୍ଚିମାଞ୍ଚବାସୀଙ୍କ ମାତୃଭାଷା, ତଥା ଛତିଶଗଡ ଓ ଝାଡଖଣ୍ଡ ସୀମାବର୍ତ୍ତୀ ସହ ପ୍ରାୟ ଦେଢ କୋଟିରୁ ଅଧିକ ଲୋକ ଏହି ଭାଷା କହିଥାନ୍ତି । ଏହି ଭାଷାକୁ ସମ୍ମାନ ଜଣାଇ କେନ୍ଦ୍ର ସରକାର ସମ୍ବଲପୁରୀ କବି ହଳଧର ନାଗ ଓ ବିଶିଷ୍ଟ କଣ୍ଠଶିଳ୍ପୀ ଜିତେନ୍ଦ୍ର ହରିପାଲଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି । ତେଣୁ କେନ୍ଦ୍ର ସରକାର ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରନ୍ତୁ ବୋଲି ସୁରେଶ ଦାବି କରିଛନ୍ତି ।

Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.