thumbnail

IPL ଫିବରରୁ ବର୍ତ୍ତିଲେନି ସନ୍ଥ, ହରିଦ୍ୱାର ଆଶ୍ରମରେ ସନ୍ଥ ପ୍ରିମିୟର ଲିଗ୍‌

By

Published : Apr 7, 2022, 7:43 PM IST

Updated : Feb 3, 2023, 8:22 PM IST

ହରିଦ୍ବାର: ସମଗ୍ର ବିଶ୍ବ ଉପରେ ଏବେ ଆଇପିଏଲର ପ୍ରଭାବ । ଆଇପିଏଲ ସିଜିନ ଯେତିକି ଆଗକୁ ବଢୁଛି, ସେହିମାତ୍ରାରେ ଏହାକୁ ନେଇ ଉତ୍ସୁକତା ବଢିବାରେ ଲାଗିଛି । ହରିଦ୍ବାରର ସନ୍ଥ ମଧ୍ୟ ଆଇପିଏଲ ଫିବରରୁ ବର୍ତ୍ତିପାରିନାହାନ୍ତି । ଶ୍ରୀପଞ୍ଚାୟତୀ ନିରଞ୍ଜନ ଆଖଡାରେ ସାଧୁ-ସନ୍ଥ ମଧ୍ୟ କ୍ରିକେଟ ଖେଳୁଥିବାର ନଜର ଆସିଛନ୍ତି । ହରିଦ୍ବାରର ଏହି ଆଶ୍ରମରେ ସନ୍ଥମାନଙ୍କୁ ସୁନ୍ଦର ବୋଲିଂ ଆକ୍ସନ ଓ ଦମଦାର ବ୍ୟାଟିଂ କରୁଥିବାର ଦେଖାଯାଇଛି । ଯେତେବେଳେ ପୁରା ଦେଶରେ କ୍ରିକେଟ ଟିମ ଇଣ୍ଡିଆ ଓ ଆଇପିଏଲ ଟିମର ଲୋକେ ପ୍ରତି ଘରେ ପ୍ରଶଂସା କରୁଛନ୍ତି, ସେତେବେଳେ ସାଧୁ ସନ୍ଥ ମଧ୍ୟ ନିଜର ଶାରୀରିକ ଅଭ୍ୟାସ କରୁଛନ୍ତି । ସନ୍ଥମାନେ କହିଛନ୍ତି ପୂଜା ପାଠ ସାରିବା ପରେ ଅପରାହ୍ନରେ ଖାଲି ସମୟରେ କ୍ରିକେଟ ଖେଳୁଛନ୍ତି । ଏପରି କରି ସମୟ ବିତାଉଛନ୍ତି । ଖେଳ କୁଦ କରିବା ଦ୍ବାରା ଶରୀର ସୁସ୍ଥ ରହୁଛି । ଏହାଦ୍ବାରା ଭଲରେ ପୂଜାପାଠ କରିବାକୁ ଧ୍ୟାନ ଲଗାଇପାରୁଛନ୍ତି । ସନ୍ଥମାନଙ୍କ କହିବା ଅନୁଯାୟୀ, ଶରୀରକୁ ସୁସ୍ଥ ରଖିବାକୁ ଖାଲି ସମୟ ବିତାଇବାକୁ କ୍ରିକେଟ ଖେଳୁଛନ୍ତି । ଖାଲି ସମୟରେ କ୍ରିକେଟ ଖେଳିବା ଦ୍ବାରା ଶରୀରର ଫିଟ୍‌ନେସ ଠିକ୍‌ ରହିବା ସହ ସମୟର ସଦୁପଯୋଗ ମଧ୍ୟ ହେଉଛି । ତେବେ ଖେଳୁଆଡ ଭାବନା ସହ କ୍ରିକେଟ ଖେଳିବାକୁ ଲୋକଙ୍କୁ ଅପିଲ କରିଛନ୍ତି ସନ୍ଥ ।
Last Updated : Feb 3, 2023, 8:22 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.