Ukraine War: ଯୁଦ୍ଧ ବନ୍ଦ ପାଇଁ ମହାଦେବଙ୍କୁ ପ୍ରାର୍ଥନା କରନ୍ତୁ: ୟୁକ୍ରେନ ରାଷ୍ଚ୍ରଦୂତ - ଋଷ ୟୁକ୍ରେନ ଯୁଦ୍ଧ ଖବର

🎬 Watch Now: Feature Video

thumbnail

By

Published : Feb 28, 2022, 9:47 PM IST

Updated : Feb 3, 2023, 8:18 PM IST

ନୂଆଦିଲ୍ଲୀ- ଏଠାରେ ଅବସ୍ଥିତ ୟୁକ୍ରେନ ଦୂତାବାସ ପକ୍ଷରୁ ଋଷ-ୟୁକ୍ରେନ ଯୁଦ୍ଧ ବିରତି ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ କ୍ୟାଣ୍ଡେଲ ଲାଇଟ ଜାଳି ମହାଦେବଙ୍କୁ ପ୍ରାର୍ଥନା କରାଯାଇଛି । ମହାଦେବଙ୍କୁ ସମସ୍ତେ ପ୍ରାର୍ଥନା କରନ୍ତୁ, ଏହି ଯୁଦ୍ଧ ଖୁବଶୀଘ୍ର ବନ୍ଦ ହେଉ ବୋଲି ଭାରତରେ ଅବସ୍ଥାପିତ ୟୁକ୍ରେନ ରାଷ୍ଟ୍ରଦୂତ କହିଛନ୍ତି । ଏହାସହିତ ସେ କହିଛନ୍ତି, ପ୍ରତି ଦିନ ସନ୍ଧ୍ୟାରେ ଏଠାରେ ମହମ ଜାଳି ଶାନ୍ତି ପାଇଁ ପ୍ରାର୍ଥନା କରାଯିବା ସହିତ ଯୁଦ୍ଧ ଶୀଘ୍ର ବନ୍ଦ ହେଉ ବୋଲି କାମନା କରୁଛି । ତେବେ ମହାଶିବରାତ୍ର ଅବ୍ୟବହିତ ପୂର୍ବରୁ ଏହି କ୍ୟାଣ୍ଡେଲ ଲାଇଟ ଜାଳିବା କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ୟୁକ୍ରେନ ସହ ପୋଲାଣ୍ଡ, ପର୍ତ୍ତୁଗାଲ, ସମେତ ଏକାଧିକ ରାଷ୍ଟ୍ରରୁ ରାଷ୍ଟ୍ରଦୂତ ସାମିଲ ହୋଇଥିଲେ ।
Last Updated : Feb 3, 2023, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.