ନିଆଁ ଧୂଆଁ ଛାଡ଼ି ଉପରକୁ ଉଠୁଛି, ଦେଖନ୍ତୁ ଅବିକଳ ଚନ୍ଦ୍ରଯାନ-୩ - ଚନ୍ଦ୍ରଯାନ ୩ର ପ୍ରତିକୃତି

🎬 Watch Now: Feature Video

thumbnail

By

Published : Aug 2, 2023, 8:03 PM IST

ବାଲେଶ୍ବର: ଗାଁ ଦାଣ୍ଡରୁ ମହାକାଶକୁ ଉଡ଼ାଣ ଭରୁଛି ଚନ୍ଦ୍ରଯାନ-୩ । କଥାଟା ଆପଣଙ୍କୁ ଅଡ଼ୁଆ ଲାଗୁଥାଇପାରେ, ହେଲେ ସମ୍ପୂର୍ଣ୍ଣ ମିଛ ନୁହେଁ । ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରୁ ଉଡ଼ାଣ ଭରୁଥିବା ଏହି ଚନ୍ଦ୍ରଯାନ ଅସଲ ନହେଲେ ବି ଚନ୍ଦ୍ରଯାନ-୩ର ଅବିକଳ ନକଲ । ଚନ୍ଦ୍ରଯାନ-୩ ନେଇ ଦେଶବାସୀ ଗର୍ବିତ ଅନୁଭବ କରୁଥିବା ବେଳେ ଏହାର ପ୍ରତିକୃତି ବନାଇ ପ୍ରଶଂସା ସାଉଁଟିଛନ୍ତି ସୋର ପାରମହଲା ଅଞ୍ଚଳର ଯୁବକ ସେଖ ସାହିରୁଦ୍ଦିନ । ପବିତ୍ର ମହରମ ପର୍ବ ପାଇଁ ସୁସଜ୍ଜିତ ତାଜିଆ ଶୋଭାଯାତ୍ରା ବେଳେ ଏହି ଚନ୍ଦ୍ରଯାନ ମଡେଲକୁ ସେ ପ୍ରଦର୍ଶନ କରିଥିଲେ । ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।
 

ଏହା ମଧ୍ୟ ପଢ଼ନ୍ତୁ...ବନ୍ଦେ ଭାରତ ଟ୍ରେନ ପ୍ରତିକୃତି ନିର୍ମାଣ କରି ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା

ଚନ୍ଦ୍ରଯାନ-୩ ଲଞ୍ଚ ହେବା ପରଠାରୁ ଦେଶରେ ସବୁବର୍ଗର ଲୋକଙ୍କଠାରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି । ତେବେ ବାଲେଶ୍ବର ଜିଲ୍ଲା ସୋର ପାରମହଲା ଅଞ୍ଚଳରେ ପବିତ୍ର ମହରମ ପର୍ବ ପାଇଁ ସୁସଜ୍ଜିତ ତାଜିଆ ଶୋଭାଯାତ୍ରାରେ ପ୍ରଦର୍ଶିତ ହୋଇଥିବା ଚନ୍ଦ୍ରଯାନ ମଡେଲ ବେଶ ଚର୍ଚ୍ଚାକୁ ଆସିଛି । ଯାହା ଚନ୍ଦ୍ରଯାନ-୩ର ଅବିକଳ ନକଲ ହୋଇଥିଲେ ମଧ୍ୟ ଅସଲ ଚନ୍ଦ୍ରଯାନ ଭଳି ଉପରକୁ ଉଠିବା ସହ ସେଥିରୁ ନିଆଁ ଓ ଧୂଆଁ ମଧ୍ୟ ବାହାରୁଥିଲା । ତେବେ ସୋର ଅଞ୍ଚଳରେ ଦୁଇଦିନ ଧରି ମହରମ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ଏହି ମଡେଲ ବେଶ ଆକର୍ଷଣୀୟ ଥିଲା । ପାରମହଲା ଅଞ୍ଚଳର ଯୁବକ ସେଖ ସାହିରୁଦ୍ଦିନ ଏମିତି ଏକ ପ୍ରକଳ୍ପ ତିଆରି କରି ଏବେ ବେଶ ପ୍ରଶଂସିତ ହେଉଛନ୍ତି । ତାଙ୍କ ଦ୍ବାରା ନିର୍ମିତ ଚନ୍ଦ୍ରଯାନ ୧୦ ଫୁଟ ଉଚ୍ଚକୁ ମଧ୍ୟ ଉଠୁଛି । ଚଳିତ ବର୍ଷ ମହରମ ପାଇଁ ତାଜିଆ ଶୋଭାଯାତ୍ରାରେ କିଛି ନୂଆ କରିବା ପାଇଁ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ସାହିରୁଦ୍ଦିନଙ୍କ ନିକଟରେ ପହଞ୍ଚିଥିଲେ । ଚନ୍ଦ୍ରଯାନ ତିଆରି କରିବା ପାଇଁ ସମସ୍ତଙ୍କ ପ୍ରସ୍ତାବ କ୍ରମେ ଏହାକୁ ତିଆରି କରାଯାଇଥିଲା ବୋଲି ସେ କହିଛନ୍ତି । ଏହାପରେ ଏହି ଚନ୍ଦ୍ରଯାନ-୩ ଯେତେବେଳେ ଶୋଭାଯାତ୍ରାରେ ସାମିଲ ହୋଇଥିଲା, ସେତେବେଳେ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.