thumbnail

By ETV Bharat Odisha Team

Published : Sep 25, 2023, 5:22 PM IST

ETV Bharat / Videos

କଣ୍ଠଶିଳ୍ପୀ ଶାନ୍ତିଲତାଙ୍କ ଆଶୁ ଆରୋଗ୍ୟ କାମନାରେ ଲିଙ୍ଗରାଜଙ୍କ ନିକଟରେ ଦୀପଦାନ

ଭୁବନେଶ୍ବର: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ଆଶୁ ଆରୋଗ୍ୟ କାମନାରେ ଦୀପଦାନ । ସ୍ବରତୀର୍ଥ ପରିବାର ତରଫରୁ ଭଜନ ସାମ୍ରାଜ୍ଞୀ ଶାନ୍ତିଲତା ବାରିକଙ୍କ ଆଶୁ ଆରୋଗ୍ୟ ଉଦ୍ଦେଶ୍ଯରେ ପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ସମୂହ ଦୀପଦାନ କରାଯାଇଛି । ତେବେ ଗତ କିଛିଦିନ ହେବ ଶାନ୍ତିଲତା ବାରିକ କ୍ୟାନ୍ସରରେ ପୀଡିତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଇଛନ୍ତି । ସେ କିପରି ଶୀଘ୍ର ସୁସ୍ଥ ହୋଇ ହୋଇ ପୁଣି ଥରେ ଭଜନ ଗାଇ ଦର୍ଶକଙ୍କ ମନ ଜିଣନ୍ତୁ ସେନେଇ ସମସ୍ତେ ଆଶାବାଦୀ । ଏନେଇ ଆଜି ଛାତ୍ରଙ୍କଠାରୁ ଆରମ୍ଭ କରି ଛୋଟ ପିଲା ଏବଂ ବରିଷ୍ଠମାନେ ମଧ୍ୟ ତାଙ୍କର ଆରୋଗ୍ୟ କାମନାରେ ଦୀପ ଜାଳିଛନ୍ତି ।

ଏହା ବି ପଢନ୍ତୁ...ବରିଷ୍ଠ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ ଗୁରୁତର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଅନ୍ୟପଟେ ଯେଉଁଭଳି ଭାବେ ତାଙ୍କର ମିଛ ମୃତ୍ୟୁ ଖବର ପ୍ରଚାର ହେଉଛି ସେଭଳି ନକରିବା ପାଇଁ ଅନୁରୋଧ କରାଯାଇଛି । ବିଶେଷ କରି ଲକ୍ଷ୍ମୀପୂରାଣ ଗାଇ ସେ ସମସ୍ତଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଶାନ୍ତିଲତା । ତେଣୁ ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ପାଇଁ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି ଏହି ସଂଘର ସଦସ୍ୟ । "ସମସ୍ତଙ୍କ 
ଆଶୀର୍ବାଦ ମିଶିଲେ ସେ ଶୀଘ୍ର ଭଲ ହୋଇ ଫେରିବେ ଆଉ ଆମ ସମସ୍ତଙ୍କୁ ତାଙ୍କ ଭକ୍ତିଭାବର ସ୍ବରରେ ପୁଣି ଥରେ ସମସ୍ତଙ୍କୁ ମୁଗ୍ଧ କରିବେ" ବୋଲି କହିଛନ୍ତି ସଂଘର ସଦସ୍ୟ ।


 
ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.