ବିଶ୍ବ କବିତା ଦିବସ: ସମାଜରେ କୁସଂସ୍କାରକୁ ନେଇ ଶୁଣନ୍ତୁ ବ୍ୟଙ୍ଗ କବିଙ୍କ ଜବରଦସ୍ତ କବିତା - ବ୍ୟଙ୍ଗ କବି
🎬 Watch Now: Feature Video
ଜଗତସିଂହପୁର: କବିତା ସଂସ୍କୃତି ଓ ସଭ୍ୟତାର ପ୍ରତୀକ । ନୈସର୍ଗିକ ଆନନ୍ଦ, ଅସୀମ ପ୍ରେମ ଓ ବିବେକ ବୋଧର ଶାଣିତ ବିଚାରଧାରା ହେଉଛି କବିତା । ତେବେ ଆଜି ତଥା ମାର୍ଚ୍ଚ ୨୧ ତାରିଖକୁ ବିଶ୍ବ କବିତା ଦିବସ ଭାବେ ପାଳନ କରାଯାଉଥିବା ବେଳେ ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ସୁଦ୍ଧାଗଡ଼ଠାରେ ରାଜ୍ୟ ସ୍ତରୀୟ କବିତା ମହୋତ୍ସବ ଆଜି ପାଳିତ ହୋଇଛି । ଏହି ଅବସରରେ ଅନେକ କବି ଯୋଗଦେଇଥିବା ବେଳେ ବ୍ୟଙ୍ଗ ସମ୍ରାଟ ସମ୍ପଦ ରଥ ନିଜ କବିତା ମାଧ୍ୟମରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି ।
ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜି ବିଶ୍ବ କବିତା ଦିବସ ପାଳନ ହୋଇଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ କବି ଯୋଗ ଦେଇଥିଲେ । ଝାଡ଼ଖଣ୍ଡର ବିଶିଷ୍ଟ କବି ହିରେନ୍ଦ୍ର ସିଂ ଦେଓଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ୟଙ୍ଗ ସମ୍ରାଟ ବସନ୍ତ ରଥ, ହାସ୍ୟ କବି ସତ୍ୟ ପ୍ରକାଶ କର, ଔପନ୍ୟାସିକ ଡ଼ ରଞ୍ଜିତ କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ରହି ନିଜର କବିତା ମାଧ୍ୟମରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।
ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ ଓ ବିକାଶ କରିବା ଦିଗରେ ସମସ୍ତଙ୍କ ଉଦ୍ୟମ ଆବଶ୍ୟକ ବୋଲି ବକ୍ତାମାନେ କହିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ ରାଜ୍ୟ ବାହାରର ୫୭ଜଣ କବିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କବିର କବିତା ହିଁ ସମାଜ ସଂସ୍କାର କ୍ଷେତ୍ରରେ ସହାୟକ ହୋଇଥାଏ । ସମାଜ ବିପଥଗାମୀ ହେଲେ କବିର ସ୍ବାଣିତ ଲେଖନୀ ଜନ ମାନସକୁ ସୁଧ କରି ତୋଳିଥାଏ । ସେଥିପାଇଁ କବିମାନଙ୍କର ସମାଜ ସଂସ୍କାର ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । କବିତା ହିଁ ସଭ୍ୟତା ଓ ସଂସ୍କୃତିକୁ ଯୋଡ଼ିଥାଏ ବୋଲି ମହୋତ୍ସବରେ ଆଲୋଚନା କରାଯାଇଛି ।
ଇଟିଭି ଭାରତ, ଜଗତସିଂହପୁର