ଏଡସ୍ ସଚେତନତା ବାର୍ତ୍ତା ବାଣ୍ଟିଲେ ଡାକ୍ତରୀ ଛାତ୍ରଛାତ୍ରୀ
🎬 Watch Now: Feature Video
କଟକ : ଏସସିବି ବଡ଼ ମେଡିକାଲରେ ଏଡସ୍ ସଚେତନତା ବାର୍ତ୍ତା ବାଣ୍ଟିଲେ ଡାକ୍ତରୀ ଛାତ୍ରଛାତ୍ରୀ । ପ୍ରଥମେ ଏକ ବିଶାଳ ରାଲିରେ ସବୁ ବିଭାଗ ବୁଲିବା ପରେ ଏକ ପଥପ୍ରାନ୍ତ ନାଟକ ସାହାଯ୍ୟରେ ଏସସିବିର ମୁଖ୍ୟ ପ୍ରବେଶ ପଥ ନିକଟରେ ଏହି ସଚେତନତା କାର୍ଯ୍ୟକ୍ରମ ହୋଇଥିଲା । ବିଶେଷକରି କିପରି ଏଡସ୍ ହୋଇଥାଏ, ଆଉ କଣ କଲେ ଏଡସ୍ ହୁଏନି ଏହି ଦୁଇଟି ଦିଗକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ ଏସସିବିର ଡାକ୍ତରୀ ଛାତ୍ରଛାତ୍ରୀ । ଏଚଆଇଭି ଏଡସ୍ ରୋଗକୁ କିପରି ସମ୍ପୂର୍ଣ୍ଣ ଦୂରୀଭୂତ କରିହେବ ସେନେଇ ଆଜି ବିଶ୍ୱ ପାଳୁଛି ଏଡସ୍ ଦିବସ । ଏହିଭଳି ସଚେତନତା କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି କହିଛନ୍ତି ଏସସିବି ପ୍ରିନ୍ସିପାଲ । ଦେଖନ୍ତୁ ଭିଡିଓ
ଇଟିଭି ଭାରତ, କଟକ
Last Updated : Feb 3, 2023, 8:34 PM IST