ଆମେ ଜାଣିନୁ ମହିଳା ଦିବସ କ‘ଣ ? - ନାରୀ ସଶସ୍ତ୍ରକରଣ ପୋଗ୍ରାମ
🎬 Watch Now: Feature Video
ଚଣ୍ଡିଗଡ: ପ୍ରତିବର୍ଷ ମାର୍ଚ୍ଚ ୮ରେ ସାରା ବିଶ୍ବରରେ ପାଳନ କରାଯାଏ ଆନ୍ତର୍ଜାତୀୟ ମହିଳା ଦିବସ । ଏହି ଦିନରେ ସରକାର ମହିଳାଙ୍କ ପାଇଁ ଆନେକ ପୋଗ୍ରାମ ଆୟୋଜନ କରାଯାଏ । ନାରୀମାନଙ୍କୁ ତାଙ୍କର ଅଧିକାର ସମ୍ପର୍କରେ ସଚେତନ କରିବା ସହ ନାରୀ ସଶସ୍ତ୍ରକରଣ ପୋଗ୍ରାମ ମଧ୍ୟ ଆୟୋଜିତ କରାଯାଏ । ଦେଶର କୋଣ ଅନୁକୋଣରେ ଏହାକୁ ବେଶ ଧୁମଧାମରେ ପାଳନ କରାଯାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ କି ଦେଶରେ ଏପରି ଆନେକ ମହିଳା ଅଛନ୍ତି ଯେଉଁମାନେ ମହିଳା ଦିବସ କ‘ଣ ଓ ଏହା କିହିଁକି ପାଳନ କରାଯାଏ ତା ସମ୍ବନ୍ଧରେ କିଛି ବି ଜାଣି ନାହାନ୍ତି । ସେମାନେ ନିଜ ପେଟ ପାଟଣା ଚଳାଇବା ପାଇଁ ,ତାଥା ନିଜ ପରିବାରର ଗୁଜରାଣ ମେଣ୍ଟାଇବା ପାଇଁ ଶ୍ରମିକ କାର୍ଯ୍ଯକରିଥାନ୍ତି । ତାଙ୍କ ପାଇଁ କାମ ଯୋଗାଡ କରିବା ଓ ନିଜ ପିଲାଙ୍କ ମୁହଁରେ ଦୁଇ ଓଳି ଦୁଇ ମୁଠା ଖାଇବାକୁ ଦେବା ହିଁ ପ୍ରମ୍ମୁଖ କାର୍ଯ୍ଯ । ସେମାନଙ୍କ ପାଇଁ ଏହି ମହିଳା ଦିବସ ମୂଲ୍ୟହୀନ । ତେବେ ଆମେ କହୁଛୁ ପଞ୍ଜାବର ମାନସା ଗାଁର । ତେବେ ମାନସା ଗାଁର ମହିଳାମାନେ କହିଛନ୍ତି,‘‘ ଆମ ପାଇଁ ମହିଳା ଦିବସର କୈଣସି ମୂଲ୍ୟନାହିଁ । କାରଣ ଆମ ପାଇଁ ସରକାରଙ୍କ କୌଣସି ମହିଳା ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉ ନାହିଁ । ସରକାର କେବଳ ଟିଭିରେ ତାଙ୍କ ଭାଷଣ ଦିଆନ୍ତି । କିନ୍ତୁ ତାହାର ମୂଲ୍ୟ କିଛି ନାହିଁ । ଆଜି ବି ଆମ ଝିଆମାନେ ଯୈତୁକ ନିର୍ଯ୍ଯାତନାର ଶିକର ହେଉଛନ୍ତି । ଆମେ ଆମ ଆଧିକାର ଏବଂ ସ୍ବାଧୀନତା ଠାରୁ ବଞ୍ଚିତ । ସରକାର ନା ସରକାରୀ ବାବୁ କେବେ ଆମ ଗାଁକୁ ଆସିନାହାଁନ୍ତି । ଆମେ ଜାଣିନୁ ମହିଳା ଦିବସ କ’ଣ । ଆମ ପାଇଁ କର୍ଯ୍ଯକରିବା ଏବଂ ପରିବାରକୁ ପ୍ରତିପୋଷଣ କରିବା ଆମ କର୍ତ୍ତବ୍ୟ ଏବଂ ଅଧିକାର । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ