thumbnail

Manipur Violence: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫାକୁ ବିରୋଧ, ଭିଡ଼ ଭିତରୁ ଆସି ଇସ୍ତଫା ପତ୍ର ଫାଡିଲେ ମହିଳା

By

Published : Jun 30, 2023, 5:20 PM IST

ଇମ୍ଫାଲ: ହିଂସା ପ୍ରବଣ ମଣିପୁରରେ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ଇସ୍ତଫାକୁ ନେଇ ଲାଗି ରହିଛି ଉତ୍ତେଜନା । ଅନେକ ମହିଳା ତାଙ୍କ ବାସଭବନ ସମ୍ମୁଖରେ ଏକତ୍ରିତ ହୋଇ ଇସ୍ତଫା ପତ୍ର ଦାଖଲ ନ କରିବା ଲାଗି ଦାବି କରିଛନ୍ତି । ଏହାରି ମଧ୍ୟରେ ଭିଡ଼ ମଧ୍ୟରୁ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପତ୍ର ଫାଡ଼ି ଦେଇଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫାକୁ ବିରୋଧ କରି ଏପରି କରିଛନ୍ତି ମହିଳା ଜଣକ । ତାଙ୍କ କହିବା କଥା ମୁଖ୍ୟମନ୍ତ୍ରୀ ନିଜ ପଦବୀ ପାଇଁ ଯୋଗ୍ୟ । ଯଦି କିଛି ସମସ୍ୟା ହୋଇଛି ତାର ସମାଧାନ କରିବା ଉଚିତ । ମୁଖ୍ୟମନ୍ତ୍ରୀ ଏପରି ଇସ୍ତଫା ଦେବା ଉଚିତ ନୁହେଁ ବୋଲି ମହିଳା ସମର୍ଥକମାନେ କହିଛନ୍ତି । ସେପଟେ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିଲା । ହେଲେ ତାଙ୍କ ବାସଭବନ ସମ୍ମୁଖରେ ହଜାର ହଜାର ସମର୍ଥକ ବାଟ ରୋକିବା ପରେ ଶେଷରେ ମୁଖ୍ୟମନ୍ତ୍ରୀ ନିଜ ନିଷ୍ପତ୍ତି ମଧ୍ୟ ବଦଳାଇଛନ୍ତି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.