VIRAL VIDEO: ସରକାରୀ କାର୍ଯ୍ୟାଳୟରେ ସ୍ବାମୀଙ୍କୁ ଚପଲରେ ପିଟିଲେ ପତ୍ନୀ
🎬 Watch Now: Feature Video
ଲକ୍ଷ୍ନୌ: ଉତ୍ତରପ୍ରଦେଶ ପ୍ରୟାଗରାଜରୁ ଏକ ଭିଡିଓ କ୍ଷିପ୍ର ଗତିରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ମହିଳା ନିଜ ସ୍ବାମୀଙ୍କୁ ସରକାରୀ କାର୍ଯ୍ୟାଳୟରେ ଚପଲରେ ପିଟୁଥିବା ଦେଖିବାକୁ ମିଳିଛି । ଏହାସହିତ ତାଙ୍କୁ ଗାଳିଗୁଲଜ ମଧ୍ୟ କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ ଏହି ମହିଳା ଜଣକ ହେଉଛନ୍ତି ଜଣେ ରେଲୱେ ଅଧିକାରୀଙ୍କ ପତ୍ନୀ । ମାଡ଼ ଖାଉଥିବା ବ୍ୟକ୍ତି ଜଣକ ରେଲୱେ ଅଧିକାରୀ ଡିଆରଏମ ଅଫିସର ଚିଫ ଓଏଏସ ପଦରେ ନିଯୁକ୍ତି ପାଇଛନ୍ତି । ଏହି ବ୍ୟକ୍ତି ଜଣକ କାର୍ଯ୍ୟାଳୟରେ ବସି କାମ କରୁଥିବା ବେଳେ ହଠାତ ତାଙ୍କ ପତ୍ନୀ ଅଫିସରେ ପହଞ୍ଚିଥିଲେ । ଏହାପରେ ଚପଲ କାଢି ସମସ୍ତଙ୍କ ସମ୍ମୁଖରେ ତାଙ୍କୁ ମାଡ଼ ମାରିଥିଲେ । ତେବେ ତାଙ୍କ ସ୍ବାମୀ ଅନ୍ୟ କୌଣସି ମହିଳାଙ୍କ ସହିତ ସମ୍ପର୍କରେ ଥିବା କହୁଥିବା ଭିଡିଓରେ ଶୁଣିବାକୁ ମିଳିଛି । ଏହାସହିତ ସେ ନିଜ ସନ୍ତାନଙ୍କ ଖର୍ଚ୍ଚ ବହନ କରୁନଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି ।