Wrestlers protest: ‘ସେମାନେ ବାରମ୍ବାର ଦାବି ବଦଳାଉଛନ୍ତି, ମୁଁ ତଦନ୍ତକୁ ଅପେକ୍ଷା କରିଛି’

🎬 Watch Now: Feature Video

thumbnail

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧାଙ୍କ ପ୍ରତିବାଦ ଓ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ଆଜି ପୁଣି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି କୁସ୍ତି ମହାସଂଘ ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିିଂ । ସେ ନିଜର ପୂର୍ବ ଉକ୍ତିକୁ ଦୋହରାଇବା ସହ କହିଛନ୍ତି, ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା କୁସ୍ତିଯୋଦ୍ଧାମାନେ ବାରମ୍ବାର ସେମାନଙ୍କର ଦାବି ପରିବର୍ତ୍ତନ କରିବାରେ ଲାଗିଛନ୍ତି । ସେ ପୂର୍ବରୁ କହି ସାରିଛନ୍ତି, ଦିଲ୍ଲୀ ପୋଲିସର ତଦନ୍ତକୁ ସେ ଅପେକ୍ଷା କରିଛନ୍ତି । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରମାଣିତ ହେଲେ ସେ ନିଜେ ଝୁଲି ପଡିବେ । ତାଙ୍କୁ ଦଣ୍ଡ ଦେବାର ଆବଶ୍ୟକତା ମଧ୍ୟ ନାହିଁ । ସେ ଏବେ ମଧ୍ୟ ତାଙ୍କ ପୂର୍ବ ବୟାନରେ ବଳବତ୍ତର ରହିଛନ୍ତି । ଅନ୍ୟ କେଉଁ ସଂଗଠନ କ’ଣ ତାଙ୍କ ବିରୋଧରେ କଣ କହିଲା, ତାର କିଛି ପ୍ରଭାବ ନାହିଁ । ସେ କେବଳ ତଦନ୍ତକୁ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି ବ୍ରିଜଭୂଷଣ । ଶୁଣନ୍ତୁ ବ୍ରିଜଭୂଷଣଙ୍କ ପୁରା ପ୍ରତିକ୍ରିୟା...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.