ନିଜ ବିରୋଧରେ ଅଭିଯୋଗ ନେଇ କ‘ଣ କହୁଛନ୍ତି ବ୍ରିଜଭୂଷଣ, ଶୁଣନ୍ତୁ - ଭାରତୀୟ କୁସ୍ତି ମହାସଂଘ
🎬 Watch Now: Feature Video
ନୂଆଦିଲ୍ଲୀ: କୁସ୍ତି ମହାସଂଘ ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଜାରି ରହିଥିବା ଧାରଣା ଧମିବାର ନାଁ ନେଉନାହିଁ । ଯୌନ ଶୋଷଣ ମାମଲାରେ ପକ୍ସୋ ଆକ୍ଟ ଅନୁସାରେ ପୋଲିସ ମଧ୍ୟ ମାମଲା ରୁଜୁ କରିସାରିଛି । ହେଲେ ପଦରୁ ଇସ୍ତଫା ଦେବେନାହିଁ ବୋଲି କହିସାରିଥିବା ବ୍ରିଜଭୂଷଣ ତଦନ୍ତର ସାମ୍ନା କରିବେ ବୋଲି ଆଜି ମଧ୍ୟ ଦମ୍ଭୋକ୍ତି ଦେଖାଇଛନ୍ତି । ଆଜି ଏଏନଆଇକୁ ପ୍ରତିକ୍ରିୟା ଦେଇ ବ୍ରିଜଭୂଷଣ କହିଛନ୍ତି, ତାଙ୍କ ବିରୋଧରେ ପୁରା ହରିୟାଣା ନୁହେଁ ବରଂ ଗୋଟିଏ ଆଖଡା ଓ ଗୋଟିଏ ପରିବାର ଏହି ଅଭିଯୋଗ ଆଣି ଧାରଣା ଦେଇଛନ୍ତି । ସେମାନେ ପ୍ରଥମେ 9ଜଣ ଧାରଣାରେ ବସିଥିଲେ ଏବେ ମାତ୍ର 3ଜଣ ଅଛନ୍ତି । ଏବେ ସେମାନେ ଖାପ ପଞ୍ଚାୟତକୁ ମଧ୍ୟ ଏଥିରେ ସାମିଲ କରିବା ପାଇଁ ନିମନ୍ତ୍ରଣ କରୁଛନ୍ତି । ସେ ଆଉ କୁସ୍ତି ମହାସଂଘ ନିର୍ବାଚନ ଲଢିବେ ନାହିଁ, କିନ୍ତୁ କାର୍ଯ୍ୟକାଳ ସରିବା ପୂର୍ବରୁ ଇସ୍ତଫା ମଧ୍ୟ ଦେବେ ନାହିଁ । ସେ ହରିୟାଣାର କୁସ୍ତି ପାଇଁ ପ୍ରସ୍ତୁତ ହେଉଥିବା ଆଗାମି ଯୁବପିଢିଙ୍କ ପାଇଁ ଲଢୁଛନ୍ତି । ଶୁଣନ୍ତୁ କ’ଣ କହୁଛନ୍ତି ବ୍ରିଜଭୂଷଣ