ପୁରୀରେ ପହଞ୍ଚିଲେ ମମତା, ନିର୍ମାଣ ନିବାସରେ କରିବେ ରାତ୍ରିଯାପନ

By

Published : Mar 21, 2023, 7:52 PM IST

thumbnail

ପୁରୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁରୀରେ ପହଞ୍ଚିଛନ୍ତି । ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମମତା ଦୁଇ ଦିନ ପୁରୀରେ ରହିବେ । ଆସନ୍ତାକାଲି (ବୁଧବାର) ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ମମତା । ପୁରୀଗସ୍ତ ସମୟରେ ବଳିଆ ପଣ୍ଡାରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ହେବାକୁ ଥିବା ଏକ ଗେଷ୍ଟ ହାଉସ୍ ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ ମମତା । ତେବେ ଏହା ପୂର୍ବରୁ ଆଜି ପୁରୀରେ ପହଞ୍ଚି ନିର୍ମାଣ ନିବାସରେ ଅବସ୍ଥାନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବର ବିମାନବନ୍ଦରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପହଞ୍ଚିବା ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ତାଙ୍କୁ ସ୍ବାଗତ କରିଥିଲେ । ମମତାଙ୍କ ସହିତ ପଶ୍ଚିମବଙ୍ଗ ସରକାରଙ୍କର କିଛି ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ମଧ୍ୟ ଓଡ଼ିଶା ଆସିଛନ୍ତି । ସେଠାରୁ ସମସ୍ତେ ପୁରୀ ଗସ୍ତ କରିଛନ୍ତି । ପୁରୀରେ ପହଞ୍ଚି ନିର୍ମାଣ ନିବାସରେ ଅବସ୍ଥାନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ଆଣ୍ଡ ଟିମ୍‌ । ଆସନ୍ତାକାଲି (ବୁଧବାର) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ସ୍ଵାଗତ କରାଯିବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦୀର୍ଘାୟୁ ଜୀବନ ଏବଂ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରି ମହାପ୍ରଭୁଙ୍କ ନିକଟରେ ସ୍ଵତନ୍ତ୍ର ପୂଜା ହେବ ବୋଲି ମମତାଙ୍କ କୌଳିକ ପଣ୍ଡା ରାମକୃଷ୍ଣ ଦାସ ମହାପାତ୍ର ସୂଚନା ଦେଇଛନ୍ତି । ଏହାସହ ବଳିଆ ପଣ୍ଡାରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ହେବାକୁ ଥିବା ଏକ ଗେଷ୍ଟ ହାଉସ୍ ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ ମମତା । ଏହାପରେ ଆସନ୍ତାକାଲି ମଧ୍ୟ ପୁରୀରେ ରାତ୍ରି ଯାପନ କରି ଗୁରୁବାର ଭୁବନେଶ୍ବର ଯିବେ ମମତା । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ ପରେ ସେହିଦିନ ପଶ୍ଚିମବଙ୍ଗ ଫେରିଯିବେ ଟିଏମ୍‌ସି ସୁପ୍ରିମୋ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.