ଖ୍ରୀଷ୍ଟମାସ କେକ୍ରେ ରାମ ମନ୍ଦିର, ଚର୍ଚ୍ଚାରେ ବଙ୍ଗ ଶିଳ୍ପୀ - ଖ୍ରୀଷ୍ଟମାସ ୨୦୨୩
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Dec 24, 2023, 8:03 PM IST
Ram Mandir themed Christmas cake: କୋଲକାତା: ଖ୍ରୀଷ୍ଟମାସ କେକ୍ରେ ରାମ ମନ୍ଦିରର ପ୍ରତିକୃତି । ଦେଖିଲେ ଲାଖି ଯାଉଛି ଆଖି । କେକ୍ରେ ମନ୍ଦିରର ପୁରା ମଡେଲ ଥିବା ବେଳେ ମନ୍ଦିର ପରିସରରେ ଖ୍ରୀଷ୍ଟମାସ ଟ୍ରି' ଲଗାଯାଇଛି । କେକ୍ଟି ନୀଳ, ବାଦାମୀ, ଗୋଲାପି, କମଳା ଆଦି ରଙ୍ଗରେ ପ୍ରସ୍ତୁତ କରାଯାଇଛି । ଯାହାକି ଦେଖିବାକୁ ଖୁବ ଆକର୍ଷଣୀୟ ଲାଗୁଛି । ଏଭଳି ଏକ ନିଆରା ଖ୍ରୀଷ୍ଟମାସ କେକ୍ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ପଶ୍ଚିମବଙ୍ଗ ସିଲିଗୁଡ଼ି ଅଞ୍ଚଳରେ କେକ ଆର୍ଟିଷ୍ଟ ପ୍ରିୟଙ୍କା ଦେ' । ଏନେଇ ସେ କହିଛନ୍ତି, "ଆସନ୍ତା ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ମୁଁ ବହୁ ପୂର୍ବରୁ ରାମ ମନ୍ଦିର ସହିତ ଜଡ଼ିତ କିଛି କରିବାକୁ ଚାହୁଁଥିଲି । ଏଣୁ କେକରେ ମୁଁ ରାମ ମନ୍ଦିରର ପ୍ରତିକୃତି ତିଆରି କରିଛି ।"
ଏହା ବି ପଢନ୍ତୁ- Hockey World Cup: କେକରେ ହକି ବିଶ୍ବକପ ଟ୍ରଫି, ଟିମ ଇଣ୍ଡିଆକୁ କଲେ ଉତ୍ସର୍ଗ