ହାର ମାନିଲା ମୃତ୍ୟୁ, ଟ୍ରେନ ଚକା ତଳୁ ଅଳ୍ପକେ ବର୍ତ୍ତିଲା ଜୀବନ

By

Published : Jul 2, 2023, 10:52 PM IST

thumbnail

ଲକ୍ଷ୍ନୌ: ମୃତ୍ୟୁକୁ ମାତ୍ ଦେଲେ ମହିଳା । ରବିବାର ସକାଳୁ ମହାୱର ରେଲୱେ କ୍ରସିଂ ନିକଟରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଘଟଣା । ବାବୁପୁର ଗାଁର ଜଣେ ମହିଳା ବଜାର ଯିବା ପାଇଁ ରେଲୱେ କ୍ରସିଂ ପାର୍ କରୁଥିଲେ । ହେଲେ ହଠାତ କୌଣସି କାରଣରୁ ବେହୋସ ହୋଇଯାଇ ଟ୍ରାକ୍ ଉପରେ ପଡିଯାଇଥିଲେ । ଆଉ ତା ପରେ ହଠାତ୍ ଆସିଯାଇଥିଲା ମାଲବାହୀ ଟ୍ରେନ୍ । ହେଲେ ସୌଭାଗ୍ୟବଶତଃ ମହିଲା ଜଣକ ଟ୍ରାକ ମଝିରେ ଥିବାରୁ ଟ୍ରେନର ଚକା ସଂସ୍ପର୍ଶରେ ଆସିନଥିଲେ ।

ସେଠାରେ ଉପସ୍ଥିତ ଥିବା ଲୋକେ ଏଭଳି ଦୃଶ୍ୟ ଦେଖିବା ପରେ ଯେତିକି ଭୟଭୀତ ହୋଇଥିଲେ ସେତିକି ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ । ତେବେ ଟ୍ରେନ ଚାଲିବା ସମୟରେ ହଠାତ୍ ମହିଳାଙ୍କ ହୋସ ଆସି ଯାଇଥିଲା । ସେହି ସମୟରେ ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ପୂର୍ବପରି ସେଠାରେ ଶୋଇ ରହିବା ପାଇଁ ପରାମର୍ଶ ଦେଇଥିଲେ। କାରଣ ଚକା ତଳେ ଚାପି ହୋଇଯିବାର ଆଶଙ୍କା ରହିଥିଲା । ଏହା ଶୁଣି ମହିଳା ଜଣକ ମଧ୍ୟ ଚୁପ୍‌ଚାପ୍ ଶୋଇ ରହିଥିଲେ ଓ ମାଲବାହୀ ଟ୍ରେନ ଗଲା ପରେ ହିଁ ସେଠାରୁ ଉଠିଥିଲେ। ଏହିପରି ଭାବେ ମୃତ୍ୟୁକୁ ଅତି ପାଖରେ ଦେଖି ପୁନଃଜୀବନ ପାଇଛନ୍ତି । ସୋସିଆଲ ମିଡିଆରେ ବର୍ତ୍ତମାନ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.