WATCH VIDEO: ଶ୍ରାବଣରେ ଶିବମୟ ଉତ୍ତରପ୍ରଦେଶ, ଶ୍ରଦ୍ଧାଳୁଙ୍କ ପାଇଁ ରୁଟି ତିଆରି କଲେ ଜିଲ୍ଲାପାଳ

By

Published : Jul 7, 2023, 10:21 PM IST

thumbnail

ଲକ୍ଷ୍ନୌ: ପବିତ୍ର ଶ୍ରାବଣ ମାସ ଆରମ୍ଭ ହୋଇଥିବା ବେଳେ ହରିଦ୍ବାରଠୁ ଆରମ୍ଭ କରି ପୁରା ପଶ୍ଚିମ-ଉତ୍ତର ପ୍ରଦେଶ ଏବେ ଶିବମୟ ହୋଇଛି । ଶ୍ରଦ୍ଧାଳୁମାନେ ଗଙ୍ଗାଜଳ ନେଇ ନିଜ ଗନ୍ତବ୍ୟ ସ୍ଥଳକୁ ଫେରୁଛନ୍ତି । କାଉଡିଆଙ୍କ ଲାଗି ସ୍ଥାନେ ସ୍ଥାନେ ଶିବିରର ଆୟୋଜନ କରିଥିବା ବେଳେ ବୋଲଭକ୍ତଙ୍କୁ ସେବା ମଧ୍ୟ ଯୋଗାଇ ଦିଆଯାଉଛି । ଭକ୍ତଙ୍କୁ ସେବା ଯୋଗାଇ ପୁଣ୍ୟ ଅର୍ଜନ କରିବା ଲାଗି ଏକ ସହାରନପୁରର ଏକ ଶିବିରରେ ପହଞ୍ଚିଛନ୍ତି ଜିଲ୍ଲାପାଳ ଡ. ଦିନେଶ ଚନ୍ଦ୍ର । ଏଠାରେ ସେ ଶ୍ରଦ୍ଧାଳୁଙ୍କ ଲାଗି ରୁଟି ତିଆରି କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସହାରନପୁର ହରିଦ୍ବାରରୁ ଜଳ ନେଇ ଅନେକ ଶ୍ରଦ୍ଧାଳୁ ହରିୟାଣା, ପଞ୍ଜାବ, ଦିଲ୍ଲୀ, ରାଜସ୍ଥାନ, ହିମାଚଳପ୍ରେଶ ଓ ଚଣ୍ଡିଗଡକୁ ବାହାରିଥାନ୍ତି । ଭକ୍ତଙ୍କ ସେବା ଲାଗି ସହାରନପୁର ଜିଲ୍ଲାପାଳ ପହଞ୍ଚିଛନ୍ତି ଓ ରୁଟି ପ୍ରସ୍ତୁତ କରିଥିବା ଦେଖିବାକୁ ମିଳିଛି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.