Viral Video: ଦିନେ ଟେନସନ ଦେଉଥିଲା ଟମାଟୋ, ଆଜି କିଲୋ ପିଛା ୧ଟଙ୍କା - ଆନ୍ଧ୍ରପ୍ରଦେଶରେ ଖତ ଖାଉଛି ଟମାଟୋ
🎬 Watch Now: Feature Video
Published : Sep 8, 2023, 4:19 PM IST
ଅମରାବତୀ: ଗତ ମାସେ ତଳେ ଟେନସନ ଦେଉଥିଲା ଟମାଟୋ । କିଲୋ ପିଛା ଦରର ଅହେତୁକ ବୃଦ୍ଧି ହାଣ୍ଡିଶାଳ ଉପରେ ମହଙ୍ଗା ମାଡ଼ କରିଥିଲା । ପ୍ରତିଦିନ ରୋଷେଇ ଘରର ଏହି ଜରୁରୀ ପରିବାକୁ କିଣିବା ଲାଗି ମଧ୍ୟବିତ୍ତ ପରିବାର ଚିନ୍ତାରେ ପଡ଼ିଥିଲେ । କିଲୋ ପିଛା କେଉଁଠି ୧୫୦ରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିଲା । ହେଲେ ଏବେ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ଗୁରୁବାର ଆନ୍ଧ୍ରପ୍ରଦେଶ ନାଣ୍ଡ୍ୟାଲା ପାପିଲି ମାର୍କେଟରେ କିଲୋ ପିଛା ଦର ୧ରୁ ୩ ଟଙ୍କାରେ ବିକ୍ରି ହେଉଛି । ଏପରିକି ପାପିଲି ହାଇୱେ ରାସ୍ତାକଡ଼ରେ ଗଦା ଗଦା ଟମାଟୋ ପଡ଼ିଥିବା ଦେଖିବାକୁ ମିଳିଛି । ଯାହାକି ଏବେ ଆବର୍ଜନା ପାଲଟିଛି । ଗତ କିଛି ଦିନ ତଳେ ଟମାଟୋ ବିକ୍ରି କରି ବ୍ୟବସାୟୀ ମାଲେମାଲ ହୋଇଥିଲେ । ଅନେକ ସ୍ଥାନରେ ଟମାଟୋ ଚୋରି ମଧ୍ୟ ହେଉଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ