thumbnail

By

Published : Apr 27, 2023, 1:33 PM IST

ETV Bharat / Videos

Dantewada Naxal Attack: ସାମ୍ନାକୁ ଆସିଲା ଦନ୍ତେୱାଡା ଆଇଡି ବିସ୍ଫୋରଣ ବେଳର ଭିଡିଓ

ରାୟପୁର: ଛତିଶଗଡ ଦନ୍ତେୱାଡାରେ ଗତକାଲି ନକ୍ସଲ ଆକ୍ରମଣ ପରେ ଏକ ଭିଡିଓ ଏବେ ଭାଇରାଲ ହେଉଛି । ଭିଡିଓଟି ଦନ୍ତେୱାଡା ହମଲା ସମୟର ବୋଲି ଚର୍ଚ୍ଚା ହେଉଛି । ଭିଡିଓରେ ଲୋକଙ୍କ ଚିତ୍କାର ଶୁଣାଯିବା ସହ ଗୁଳିମାଡର ଶବ୍ଦ ଶୁଣାଯାଉଛି । କେହି ଜଣେ ଉଡ ଗୟା...ପୁରା ଉଡଗୟା କହୁଥିବାର ଶୁଣିବାକୁ ମିଳୁଛି । ଯାହାର ଅର୍ଥ ପୁରା ଗାଡି ଉଡି ଯାଇଛି । ଏହି ସମୟରେ ଜଣେ ବ୍ୟକ୍ତି ଜଙ୍ଗଲକୁ ଖସି ପଳାଉଥିବା ଦେଖାଯାଉଛି । ଜଣେ ଡିଆରଜିର ଯବାନ ଭିଡିଓଟି ଉତ୍ତୋଳନ କରିଛନ୍ତି । ନକ୍ସଲଙ୍କ ଆଇଡି ବିସ୍ଫୋରଣ ପରେ ଏହା ଉତ୍ତୋଳନ କରାଯାଇଥିବା ଅନୁମାନ କରାଯାଉଛି ।  

ଗତକାଲି ଦନ୍ତେୱାଡାରେ ନକ୍ସଲ ରକ୍ତର ହୋଲି ଖେଳିଥିଲେ । ଆଇଡି ବିସ୍ଫୋରଣରେ ଯବାନଙ୍କୁ ନେଇ ଯାଉଥିବା ଗୋଟିଏ ଗାଡି ଉଡି ଯାଇଥିଲା । ବିସ୍ଫୋରଣରେ ୫୦ କେଜି ବିସ୍ଫୋରକ ବ୍ୟବହୃତ ହୋଇଥିବାବେଳେ ବିସ୍ଫୋରଣ ପରେ ଘଟଣାସ୍ଥଳରେ ୧୦ ଫୁଟର ଗାତ ସୃଷ୍ଟି ହୋଇଥିଲା । ଏଥିରେ ୧୦ ଜଣ ଯବାନ ଶହୀଦ ହେବା ସହ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା । ଆଜି ଭାଇରଲ ହେଉଥିବା ଭିଡିଓଟି ନକ୍ସଲ ଆକ୍ରମଣ ସମୟର ବୋଲି ଚର୍ଚ୍ଚା ହେଉଛି  ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.