Viral Video: ପ୍ରବଳ ଖରାରେ ପାଣି ପାଇଁ ଡହଳବିକଳ ହାତୀ, ପାଇପ ମାରି ପିଇଲା ପାଣି - ହ୍ୟାଣ୍ଡ ପମ୍ପ
🎬 Watch Now: Feature Video
ଅମରାବତୀ: ଆନ୍ଧ୍ରପ୍ରଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପ୍ରବଳ ଖରାରେ ଲୋକମାନେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି । ଏଥିରୁ ବର୍ତ୍ତିବେ ବା କିପରି ପ୍ରାଣୀ । ପ୍ରବଳ ଖରାରରେ ଏକ ହ୍ୟାଣ୍ଡ ପମ୍ପରୁ ତୃଷ୍ଣା ହାତୀଟିଏ ପାଣି ପିଉଥିବାର ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ ହାତୀଟିଏ ପାଇପ ମାରି ସେଥିରୁ ଶୁଣ୍ଢ ସାହାଯ୍ୟରେ ପାଣି ପିଉଛି । ଏହି ହ୍ୟାଣ୍ଡ ପମ୍ପକୁ ସ୍ଥାନୀୟ ଲୋକମାନେ ପିଇବା ପାଣି ପାଇଁ ବ୍ୟବହାର କରିଥାନ୍ତି । ମାନାୟମ ଜିଲ୍ଲା ଭନ୍ନାମ ଗାଁରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଗତ ୪ ଦିନ ଧରି ହାତୀପଲ ଏହି ପାଇପରୁ ପାଣି ପିଉଥିବା ଗାଁ ଲୋକେ ଦେଖୁଛନ୍ତି । ଗତ ପ୍ରାୟ ୪ବର୍ଷ ଧରି ଉକ୍ତ ଅଞ୍ଚଳରେ ଏକ ୮ଟିକିଆ ହାତୀପଲ ରହିଛନ୍ତି । ସେମାନେ ଉକ୍ତ ସ୍ଥାନରେ ଚଳପ୍ରଚଳ କରିଥାନ୍ତି । ତେବେ ପ୍ରବଳ ଖରାରେ ହାତୀପଲ ମଧ୍ୟ ଡହଳବିକଳ ହୋଇ ପାଖ ପାଇପରୁ ପାଣି ପିଉଥିବା ଦେଖିବାକୁ ମିଳିଛି ।