ଦାଦାବଟି ଦିଅ ନହେଲେ ମୁଣ୍ଡିଆ ବନ୍ଦ କର; ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଖଣି କର୍ମଚାରୀ

By ETV Bharat Odisha Team

Published : Nov 15, 2023, 8:38 PM IST

thumbnail

ଖୋର୍ଦ୍ଧା: ଖଣି ଚଳାଇବାକୁ ହେଲେ ଦେବାକୁ ପଡିବ ଦାଦାବଟି । ଦାଦାବଟି ନଦେଲେ ଖଣିରେ ବ୍ୟବହୃତ ମେସିନ ଜାଳିଦେବା ସହ ଜୀବନରୁ ମାରିଦେବାକୁ ଧମକ । ଏଭଳି ଏକ ଅଭିଯୋଗ ଆସିଛି ଖୋର୍ଦ୍ଧା ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତରୁ । ଡଙ୍ଗରପଡା ଗ୍ରାମର କିଛି ବ୍ୟକ୍ତି ଦାଦାବଟି ମାଗୁଥିବା ଅଭିଯୋଗ କରିଛନ୍ତି ଖଣି କର୍ମଚାରୀ । ଏନେଇ ଗତ 1 ତାରିଖରେ ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ପୋଲିସ ଗୁରୁତ୍ୱ ଦେଉନଥିବା ଅଭିଯୋଗରେ ଆଜି ଶତାଧିକ ଶ୍ରମିକ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।  

ସୂଚନା ଯୋଗ୍ୟ ଖୋର୍ଦ୍ଧା ଡଙ୍ଗରପଡା ମୌଜାରେ ଥିବା ଶ୍ରୀଜଗନ୍ନାଥ ବିଜେଙ୍କ ସମ୍ପତି କାଳୁଚୁଆ ମୁଣ୍ଡିଆକୁ 2020 ମସିହାରେ ସ୍ଥାନୀୟ ଜଟିଆଣି ମନ୍ଦିର ପରିସରରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ୟରେ ମିଳିତ ଜନଶୁଣାଣି ମାଧ୍ୟମରେ ମୁଣ୍ଡିଆକୁ ପଥର ଉତ୍ତୋଳନ ପାଇଁ ଅନୁମତି ମିଳିଥିଲା । ସେହି ସମୟରେ ଲିଜ ନେଇଥିବା ସଂସ୍ଥା ସ୍ଥାନୀୟ ଶତାଧିକ ଲୋକଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେଇଛନ୍ତି । ଡଙ୍ଗରପଡ଼ା ଗ୍ରାମର କିଛି ବ୍ୟକ୍ତି ଦାଦାବଟି ମାଗୁଥିବା ଅଭିଯୋଗ କରିଛନ୍ତି ଖଣି କର୍ମଚାରୀ । ଏହା ସହ ଖଣି ବନ୍ଦ କରିବା ପାଇଁ ଧମକ ଦେଉଛନ୍ତି । ତେଣୁ ଆଜି ସେହିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । 

ଏହା ମଧ୍ୟ ପଢନ୍ତୁ ....କାମରେ ଆସୁନି ଭେଣ୍ଡିଂ ଜୋନ୍‌, ହାତ ବାନ୍ଧି ବସିଛନ୍ତି ଉଠା ଦୋକାନୀ

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.