thumbnail

By ETV Bharat Odisha Team

Published : Nov 28, 2023, 10:36 PM IST

ETV Bharat / Videos

ଟନେଲ୍‌ରୁ ଉଦ୍ଧାର ହେବାପରେ ଉତ୍ସବମୁଖର ଭଗବାନ ଭତ୍ରାଙ୍କ ଗାଁ

ନବରଙ୍ଗପୁର: ମରଣ ଗୁମ୍ଫାରେ ଜିତିଲା ଜୀବନ । ଉତ୍ତରକାଶୀ ଟନେଲରେ ଫସିଥିବା ସମସ୍ତ ୪୧ ଶ୍ରମିକଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି । ଦୀର୍ଘ ୧୭ ଦିନର ଅକ୍ଳାନ୍ତ ପରିଶ୍ରମ ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ସ୍ବାଭାବିକ ରହିଛି । ଏପର୍ଯ୍ୟନ୍ତ କୌଣସି ଶ୍ରମିକଙ୍କ ଠାରେ ସ୍ବାସ୍ଥ୍ୟଗତ ସମସ୍ୟା ଜଣାପଡିନାହିଁ । ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ଉତ୍ତରକାଶୀ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି । ପୂର୍ବରୁ ପ୍ରସ୍ତୁତ ଥିବା ଆମ୍ବୁଲାନ୍ସ ମାଧ୍ୟମରେ ପର୍ଯ୍ୟାୟକ୍ରମେ ସମସ୍ତଙ୍କୁ ହସ୍ପିଟାଲ ପଠାଯାଉଛି । ଏହି ୪୧ ଜଣ ଶ୍ରମିକଙ୍କ ମଧ୍ୟରେ ୫ ଜଣ ଓଡିଆ ଶ୍ରମିକ ରହିଛନ୍ତି । ସେମାନଙ୍କ ମଧ୍ୟରୁ କେବଳ ମୟୂରଭଞ୍ଜ ଜିଲ୍ଲାର ୩ ଜଣ ଶ୍ରମିକ । ନବରଙ୍ଗପୁରର ଭଗବାନ ଭତ୍ରା ଏହି ଟନେଲରୁ ଉଦ୍ଧାର ହେବାପରେ ତାଙ୍କ ଗ୍ରାମରେ ଉତ୍ସବ ପାଳନ କରିଛନ୍ତି ଗ୍ରାମବାସୀ । ବାଜା ବଜାଇ ବାଣ ଫୁଟାଇ ଏହି ଖୁସି ମନାଇଛନ୍ତି ଭଗବାନଙ୍କ ଗ୍ରାମବାସୀ ।

ଏହା ମଧ୍ୟ ପଢ଼ନ୍ତୁ...ଟନେଲରୁ ସମସ୍ତ 41 ଶ୍ରମିକ ସୁରକ୍ଷିତ ଉଦ୍ଧାର, ପଠାଯାଉଛି ହସ୍ପିଟାଲ

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.