thumbnail

କୁନି ତୁଣ୍ଡରେ ଶ୍ଳୋକ ଓ ଜାତୀୟ ସଂଗୀତ, ଭିଡ଼ିଓ ଭାଇରଲ

By

Published : Oct 30, 2022, 5:07 PM IST

Updated : Feb 3, 2023, 8:30 PM IST

ଖୋର୍ଦ୍ଧା: ବୟସ ମାତ୍ର ୩ ବର୍ଷ । ହେଲେ ସ୍ମୃତି ଶକ୍ତି ପ୍ରଖର । କୁନି ତୁଣ୍ଡରେ ଭଗବାନଙ୍କ ଶ୍ଳୋକ ସହ ଜାତୀୟ ସଂଗୀତ ଗାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରଲ ହେଉଛି । ଏହି ନିଆରା ପ୍ରତିଭା ଲାଗି ସଭିଙ୍କ ନିକଟରେ ପ୍ରିୟ ହୋଇପାରିଛନ୍ତି ଜିଲ୍ଲାର ବେଗୁନିଆ ମଲିପଦର ଗ୍ରାମ ଗୋବିନ୍ଦ୍ର ଚନ୍ଦ୍ର ପଣ୍ଡାଙ୍କ କୁନି ପୁଅ ଅବିନାଶ ପଣ୍ଡା । ସେ ନିଜ କୁନି ପାଟିରେ ଏବେ ଶ୍ଳୋକ ସହ ଜାତୀୟ ସଂଗୀତ ଗାଇ ସମସ୍ତଙ୍କୁ ଚକିତ କରିଛନ୍ତି । ଅବିନାଶଙ୍କ ଏହି ପ୍ରାଞ୍ଜଳ ଶ୍ଳୋକ ଓ ଜାତୀୟ ସଙ୍ଗୀତ ଗାନ କରିବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରଲ ହେଉଛି । ଇଟିଭି ଭାରତ, ଖୋର୍ଦ୍ଧା
Last Updated : Feb 3, 2023, 8:30 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.