thumbnail

By ETV Bharat Odisha Team

Published : Aug 27, 2023, 1:40 PM IST

ETV Bharat / Videos

Himachal pradesh Landslide: ରାସ୍ତାରେ ପଡିଛି ଭଙ୍ଗାରୁଜା ଗାଡ଼ି, ଯାତାୟତ ବାଧାପ୍ରାପ୍ତ

ଶିମଲା: ହିମାଚଳପ୍ରଦେଶର ଶୋଲନରେ ଆଜି ସକାଳେ ଭୟଙ୍କର ଭୂସ୍ଖଳନ ହୋଇଛି । ମାଟି ଧସିବା କାରଣରୁ ଅନେକ ଯାନବାହନ କ୍ଷତିଗ୍ରସ୍ତ ହୋଇଛି । ରାସ୍ତା ଉପରେ ଅନେକ ଯାନବାହନ ଭଙ୍ଗାରୁଜା ଅବସ୍ଥାରେ ପଡି ରହିଥିବା ଦେଖିବାକୁ ମିଳିଛି । ଶୋଲନ-ରାଜଗଡ ରାସ୍ତା ନିକଟରେ ଭୂସ୍ଖଳନ ହୋଇଥିବା ଜଣାପଡିଛି । ଗାଡ଼ି ଗୁଡିକ ରାସ୍ତା ଉପରେ ପଡି ରହିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଭୂସ୍ଖଳନ ଯୋଗୁ ଟ୍ରାଫିକ ସମସ୍ୟା ଉପୁଜିଛି । ଅନେକ ଯାନବାହନ ଫସି ରହିଥିବା ଦେଖିବାକୁ ମିଳିଛି । ଏହାସହ ଗାଡି ଗୁଡିକ ଗନ୍ତବ୍ୟସ୍ଥଳରେ ପହଞ୍ଚି ନପାରି ଅଧାବାଟରେ ଅଟକି ରହିଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା କାହାରି ମୃତ୍ୟୁ ନେଇ କୌଣସି ସୂଚନା ଆସିନାହିଁ। 

ଏହା ବି ପଢନ୍ତୁ...ଉତ୍ତରାଖଣ୍ଡରେ ଭୟଙ୍କର ଭୂସ୍ଖଳନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଗତ କିଛି ଦିନ ଧରି ବେହାଲ ହୋଇପଡିଛି ହିମାଚଳପ୍ରଦେଶର ସ୍ଥିତି। ଲଗାଣ ବର୍ଷାରେ ଚାରିଆଡ ଜଳାର୍ଣ୍ଣବ ହୋଇଥିବାବେଳେ ଅନେକ ସ୍ଥାନରେ ଭୂସ୍ଖଳନ ହେଉଥିବା ଦେଖିବାକୁ ମିଳିଛି । ଏହାରି ଭିତରେ ଶୋଲନରେ ଭୂସ୍ଖଳନ ଅନେକ କ୍ଷତିଗ୍ରସ୍ତ ହୋଇଛନ୍ତି ଯାତ୍ରୀ ଓ ଗାଡି ମାଲିକ । ତେବେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.