Digital Dialogue: 'କାଳ ହେଲା ବର୍ଷା, ଆଉ 15ଦିନ ଭିତରେ ସ୍ବାଭାବିକ ହେବ ପରିବା ଦର'

🎬 Watch Now: Feature Video

thumbnail

ଭୁବନେଶ୍ବର: ରାଜ୍ୟବାସୀଙ୍କୁ କଲବଲ କରିଛି ପରିବା ଦର । ଗତ ସପ୍ତାହେ ଧରି ପରିବା ଦର ଆକାଶ ଛୁଆଁ ରହିଛି। କୌଣସି ପରିବାର ଦର 100 ତଳକୁ ନାହିଁ । ତେବେ ଆସନ୍ତା 15ରୁ 20 ଦିନ ମଧ୍ୟରେ ପରିବା ଦର ସ୍ବାଭାବିକ ହେବ । ଯଦି ବର୍ଷାର ପରିମାଣ ସଠିକ ହୁଏ ତେବେ ରାଜ୍ୟରୁ ଅମଳ ପରିବା ଆସିବ ଏବଂ ଦର ନିୟନ୍ତ୍ରଣକୁ ଆସିବ । ଡିଜିଟାଲ ଡାଏଲଗରେ ଭାଗ ନେଇ ଏହା କହିଛନ୍ତି ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ସଂଘର ସଭାପତି କବିରାଜ ସ୍ବାଇଁ । ପରିବା ଦର ବୃଦ୍ଧି ପଛର ଏକମାତ୍ର କାରଣ ହେଉଛି, ରାଜ୍ୟରେ ଠିକଣା ସମୟରେ ପରିବା ଅମଳ ହୋଇ ନପାରିବା । ପ୍ରବଳ ଗ୍ରୀଷ୍ମ ପ୍ରବାହ ପରେ ମୌସୁମୀ ବର୍ଷା ଫସଲକୁ ନଷ୍ଟ କରିଦେଇଛି । ତେଣୁ ଆଖପାଖର ଚାଷୀ ପରିବା ଆଣିପାରିନାହିଁ । ତେଣୁ ଦର ବୃଦ୍ଧି ଘଟିଛି ବୋଲି ସେ କହିଛନ୍ତି ।  

ସ୍ଥାନୀୟ ଚାଷୀଙ୍କ ପାଖରୁ ପରିବା ଅମଳ ହୋଇ ଆସିଲେ ପରିବା ଦର କମିବ । ଏବେ ସବୁକିଛି ନିର୍ଭର କରୁଛି ବର୍ଷା ଉପରେ । ବର୍ଷା ହେଲେ ହିଁ ଆଗାମୀ 15 ଦିନ ଭିତରେ ପରିବା ଉତ୍ପାଦନ ହୋଇପାରିବ । ସେହି ଦିନକୁ ଅପେକ୍ଷା କରିବାକୁ ପଡିବ । ଏବେ ଓଡ଼ିଶା ବାହାରୁ ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ନାସିକରୁ ପରିବା ଆମଦାନି କରାଯାଉଛି । ଓଡ଼ିଶା ବଜାରର ଚାହିଦା ଅନୁସାରେ ପରିବା ଆମଦାନି କରାଯାଉଛି । ସେହି ପରିବା ଦର ଉପରେ ପରିବହନ ଖର୍ଚ୍ଚକୁ ମିଶାଇ ପରିବା ବିକ୍ରି କରାଯାଉଛି । ଯାହା ଫଳରେ ଦର ଟିକେ ଚଢା ରହୁଛି । ଆମେ ସେହି ଦରରେ ବିକ୍ରି କରିବାକୁ ପଡୁଛି । ଏହା କରିବା ଛଡା ଆମ ପାଖରେ ଆଉ କିଛି ଉପାୟ ନାହିଁ ବୋଲି ସେ କହିଛନ୍ତି ।   

ଏହା ବି ଦେଖନ୍ତୁ- Digital Dialogue: ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ଭୁଶୁଡି ଗଲାଣି, ଅନ ଦ ସ୍ପଟ୍ ଘୋଷଣା ସର୍ଭିସ ରୁଲର ଉଲ୍ଲଙ୍ଘନ

ସେ ଆହୁରି କହିଛନ୍ତି, "ବିଶେଷ କରି ଟମାଟୋ ଯେପରି ଆମଦାନି ହେବା କଥା ହେଉନାହିଁ । ତେଣୁ ଟମାଟୋ ଦର ଅଧିକ ରହୁଛି । ଆଶା କରାଯାଉଛି ଆଉ 15ରୁ 20 ଦିନ ଭିତରେ ପରିବା ଦର ହ୍ରାସ ହେବ । ଶୀତଳ ଭଣ୍ଡାରର ଆବଶ୍ୟକତା ଉପରେ ସେ କହିଛନ୍ତି କଞ୍ଚା ପରିବା ଓଡ଼ିଶା ପହଞ୍ଚିବାର 24 ଘଣ୍ଟା ମଧ୍ୟରେ ବିକ୍ରି ହେବା ଦରକାର । ଏହାକୁ ଶୀତଳ ଭଣ୍ଡାରରେ ରଖି ବିକ୍ରି କରିହେବ ନାହିଁ । ପରିବା ଶୁଖିଯିବ । ଲୋକେ ଏହାକୁ କିଣିବେ ନାହିଁ । ତେଣୁ ଏକଥା ମନରୁ କାଢିଦେବା ଦରକାର ଯେ ଶୀତଳ ଭଣ୍ଡାରର ବ୍ୟବହାର କରିଥିଲେ ପରିବା ଦର ନିୟନ୍ତ୍ରଣ ହୋଇଥାନ୍ତା । ଗଲା 30ବର୍ଷ ମଧ୍ୟରେ ରାଜ୍ୟରେ ଏପରି ସ୍ଥିତି କେବେ ଦେଖିବାକୁ ମିଳିନଥିଲା । ଏହି ସମୟରେ ପରିବା ଶସ୍ତା ହୁଏ । ଲୋକେ ସବୁ ପନିପରିବା କିଣି ଖାଇପାରନ୍ତି । କିନ୍ତୁ ଚଳିତବର୍ଷ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । ଯାହା ଉପରେ ନିୟନ୍ତ୍ରଣ ରଖିବା ପାଇଁ ଆମ ଅହରହ ଉଦ୍ୟମ ଜାରି ରଖିଛୁ ।" ପରିବାର ଦରକୁ ନେଇ ଆମ ସହିତ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି କବିରାଜ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର

ସାକ୍ଷାତକାର- ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡ଼ିଶା  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.