୧୫ ଦିନ ହେଲା ଅନ୍ଧାରୀ ଟନେଲରେ ଶ୍ରମିକ; ଦେଖନ୍ତୁ ଦୁର୍ଘଟଣାସ୍ଥଳର ଦୃଶ୍ୟ - ଉତ୍ତରକାଶୀ ଟନେଲ ଭିଡିଓ
🎬 Watch Now: Feature Video
Published : Nov 26, 2023, 12:32 PM IST
ଡେରାଡୁନ: ଦୁଇ ସପ୍ତାହ ହେଲା ଅନ୍ଧାରୀ ଟନେଲ ଭିତରେ ଜୀବନ ଅପେକ୍ଷାରେ ଅଛନ୍ତି ୪୧ ଶ୍ରମିକ । ଯଦିଓ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି, ହେଲେ ଡ୍ରିଲିଂରେ ବ୍ୟବହୃତ ଅଗର ମେସିନ ବାରମ୍ବାର ଖରାପ ହେଉଥିବାରୁ ଅପରେସନ୍ ଅଟକି ଯାଉଛି । ଯେଉଁ କାରଣରୁ ଶ୍ରମିକମାନଙ୍କ ଉଦ୍ଧାର କାର୍ଯ୍ୟ ଆହୁରି ବିଳମ୍ବ ହେବ ବୋଲି କହିଛନ୍ତି ଏନଡିଏମଏ ଅଧିକାରୀ । ଗତକାଲି ସନ୍ଧ୍ୟାରେ ଆମେରିକୀୟ ଅଗର ମେସିନ୍ ଯୋଗେ ଖନନ କରାଯାଉଥିବା ବେଳେ ରଡ୍ ଓ ପଥରରେ ବାଜି ମେସିନ ବ୍ଲେଡଗୁଡିକ ଭାଙ୍ଗିଯିବା ସହ ଏହାର ଏକ ଅଂଶ ପଥର ଭିତରେ ଅଟକି ରହିଯାଇଥିଲା । ବର୍ତ୍ତମାନ ସେହି ଅଗର ମେସିନକୁ ପଥର କାଟି ବାହାର କରିବାକୁ ହାଇଦ୍ରାବାଦରୁ ପ୍ଲାଜମା କଟର ମେସିନ ଆସି ଉତ୍ତରକାଶୀରେ ପହଞ୍ଚିଛି । ଏହିସବୁ ବାଧାବିଘ୍ନ କାରଣରୁ ଉଦ୍ଧାର କାର୍ଯ୍ୟ ଧିମେଇ ଯାଇଥିବା ବେଳେ ଟନେଲରେ ଆଜିଠୁ ମାନୁଆଲ ଡ୍ରିଲିଂ କରାଯିବ ବୋଲି ସୂଚନା ମିଳିଛି । ସେପଟେ ଦିନ ଯେତିକି ଗଡି ଚାଲୁଛି, ମାଟି ଅତଡା ତଳେ ଥିବା ଶ୍ରମିକମାନଙ୍କ ମନୋବଳ ମଧ୍ୟ ଭାଙ୍ଗିବାରେ ଲାଗିଛି । ସେମାନଙ୍କ ପରିବାର ଲୋକେ ମଧ୍ୟ ଆଶା ଆଶଙ୍କା ଭିତରେ ରହିଛନ୍ତି । ଦେଖନ୍ତୁ ଦୁର୍ଘଟଣାଗ୍ରସ୍ତ ଟନେଲ ପାଖରେ କେମିତି ଚାଲିଛି ଉଦ୍ଧାର କାର୍ଯ୍ୟ...