ଉତ୍ତରାଖଣ୍ଡ ଟନେଲ ଟ୍ରାଜେଡି: ରାଜୁଙ୍କ ଆପେକ୍ଷାରେ ପରିବାର, ସୁରକ୍ଷିତ ଉଦ୍ଧାର ପାଇଁ ପୂଜାର୍ଚ୍ଚନା - ଚିନ୍ତାରେ ଓଡିଆ ଶ୍ରମିକଙ୍କ ପରିବାର

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 25, 2023, 9:03 AM IST

ରାଇରଙ୍ଗପୁର: ଉତ୍ତରାଖଣ୍ଡ ରାଜ୍ୟର ଉତ୍ତରକାଶୀ ସ୍ଥିତ ନିର୍ମାଣଧିନ ସିକ୍ଲିୟାରା ଟନେଲ ଭୁଶୁଡିବା ଫଳରେ ଆଜକୁ ଦୀର୍ଘ ୧୪ ଦିନ ହେବ ସେଠାରେ ୪୧ ଜଣ ଶ୍ରମିକ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ୫ଜଣ ଓଡ଼ିଆ ଶ୍ରମିକ ଥିବାବେଳେ ମୟୂରଭଞ୍ଜ ଜିଲ୍ଲାର ୩ଜଣ ଶ୍ରମିକ ରହିଛନ୍ତି । ବର୍ତ୍ତମାନ ଟନେଲରେ ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି, ଏପଟେ ପୁଅର ଫେରିବା ବାଟକୁ ଅନେଇ ବସିଛନ୍ତି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ କୁଲଡ଼ିହା ଗାଁର ରାଜୁ ନାଏକଙ୍କ ପରିବାର ଲୋକେ ।

ଏହା ମଧ୍ୟ ପଢନ୍ତୁ: ଯମୁନେତ୍ରୀ ଟନେଲରେ ଧୀରେନ: ପୁଅ ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର

ଗତକାଲି ସମସ୍ତଙ୍କୁ ଉଦ୍ଧାର କରାଯିବ ବୋଲି ରାଜୁଙ୍କ ବାପା ମୁଚିରାମଙ୍କ ପାଖକୁ ଫୋନ ଆସିଥିଲା । ପରିବାର ଲୋକେ ଆଶା ବାନ୍ଧିଥିଲେ ପୁଅ ଉଦ୍ଧାର ହେବ ଓ ଘରକୁ ଫେରିବ । ହେଲେ ଅଗର ମେସିନ ଖରାପ ହୋଇଯିବା ଯୋଗୁଁ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିନଥିଲା । ପୁଣି ଉଦ୍ଧାର କାର୍ଯ୍ୟରେ ଯେତିକି ବିଳମ୍ବ ହେଉଛି ପରିବାର ଲୋକଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଥିବା ବେଳେ ଆଉ ଅଳ୍ପ କିଛି ମିଟର ରହିଛି ଶ୍ରମିକଙ୍କ ପାଖକୁ ପହଞ୍ଚିବା ପାଇଁ । ତେବେ ଗତକାଲି ରାଜୁ ଉଦ୍ଧାର ହେବେ ବୋଲି ଆଶାରେ ପରିବାରରେ ଖୁସିର ସହରୀ ଖେଳିଯାଇଥିଲା  । ହେଲେ ଯାନ୍ତ୍ରିକ ତ୍ରୁଟି ଫଳରେ ବିଳମ୍ବ ହେବାରୁ ଏବେ ଆଶା ଆଶଙ୍କାରେ ଥିବା ପରିବାର ଲୋକେ ଭଗବାନଙ୍କୁ ଡାକୁଛନ୍ତି । ଟନେଲରୁ ଉଦ୍ଧାର ନେଇ ପୂଜାର୍ଚ୍ଚନା କରୁଛନ୍ତି ରାଜୁଙ୍କ ପରିବାର ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.