ଆମେରିକାରେ ବିଶ୍ବର ଦ୍ବିତୀୟ ସର୍ବବୃହତ୍ତ ହିନ୍ଦୁ ମନ୍ଦିର, ଦେଖିଲେ ଲାଖି ଯିବ ଆଖି - ବିଏପିଏସ ସ୍ବାମୀ ନାରାୟଣ ଅକ୍ଷରଧାମ ମନ୍ଦିର
🎬 Watch Now: Feature Video
Published : Sep 25, 2023, 3:54 PM IST
ହାଇଦ୍ରାବାଦ: ଆସନ୍ତା ଅକ୍ଟୋବର 8 ତାରିଖରେ ଆମେରିକାର ନ୍ୟୁଜର୍ସିରେ ଉଦଘାଟିତ ହେବାକୁ ଯାଉଛି ବିଶ୍ବର ଦ୍ବିତୀୟ ସର୍ବବୃହତ୍ତ ହିନ୍ଦୁ ମନ୍ଦିର । ଏହି ହିନ୍ଦୁ ମନ୍ଦିରର ନାମ ହେଉଛି ବିଏପିଏସ ସ୍ବାମୀ ନାରାୟଣ ଅକ୍ଷରଧାମ ମନ୍ଦିର । ରିପୋର୍ଟ ଅନୁସାରେ ଏହି ମନ୍ଦିର ନିର୍ମାଣ 12 ବର୍ଷ ମଧ୍ୟରେ ଶେଷ କରାଯାଇଥିବା ବେଳେ 150 ମିଲିୟନ ଡଲାର ବା 1245.55 କୋଟି ଟଙ୍କା ବ୍ୟୟ କରାଯାଇଛି । ଦିଲ୍ଲୀର ପ୍ରସିଦ୍ଧ ଅକ୍ଷରଧାମ ମନ୍ଦିରର କ୍ଷେତ୍ରଫଳ ଓ କାରିଗରୀ ଏହି ଭବ୍ୟ ମନ୍ଦିରରେ ଦେଖିବାକୁ ମିଳିବ । ଏହି ମନ୍ଦିରର ପ୍ରସ୍ଥ 255 ଫୁଟ ଓ ଦୈର୍ଘ୍ୟ 345 ଫୁଟ । ଯାହାକି ପ୍ରାୟ 183 ଏକର ପରିମିତ ଅଞ୍ଚଳରେ ରହିଛି । ସେହିପରି ଏହାର ଉଚ୍ଚତା 191 ଫୁଟ ରହିଛି । ହିନ୍ଦୁ ପୂରାଣ ବର୍ଣ୍ଣିତ ପ୍ରାୟ 10 ହଜାର ବିଭିନ୍ନ ଭାରତୀୟ ଦେବାଦେବୀଙ୍କ ମୂର୍ତ୍ତି, ଭାରତୀୟ ନୃତ୍ୟ, ସଙ୍ଗୀତ, ଲୋକକଳା ଓ ପ୍ରାଚୀନ ଭାରତୀୟ ସଂସ୍କୃତିର ଝଲକ ଏହି ମନ୍ଦିରର ପ୍ରସ୍ତର ଖୋଦିତ କାର୍ଯ୍ୟରେ ସ୍ଥାନ ପାଇଛି । ଏହି ମନ୍ଦିର ଆସନ୍ତା ଅକ୍ଟୋବର 18 ତାରିଖରୁ ଶ୍ରଦ୍ଧାଳୁଙ୍କ ଲାଗି ଖୋଲିବ । ଉଦଘାଟନ ପୂର୍ବରୁ ଥରେ ଦେଖି ନିଅନ୍ତୁ ମନ୍ଦିର ଆଖି ଝଲ୍ସା ଦୃଶ୍ୟ ।
ଏହା ବି ପଢନ୍ତୁ- ଅକ୍ଟୋବର 8ରେ ନ୍ୟୁ-ଜର୍ସିରେ ଉଦଘାଟିତ ହେବ ବିଶ୍ବର ଦ୍ବିତୀୟ ସର୍ବବୃହତ୍ତ ହିନ୍ଦୁ ମନ୍ଦିର