Uri Encounter Ground Report: 3ଦିନ ଧରି ଜାରି ଏନକାଉଣ୍ଟର, ଆତଙ୍କୀ ଆଡ୍ଡା ଉପରେ ବୋମା ବର୍ଷାଉଛି ଡ୍ରୋନ - ଉରୀରେ ଏନକାଉଣ୍ଟର ଜାରି
🎬 Watch Now: Feature Video


Published : Sep 16, 2023, 5:54 PM IST
ଶ୍ରୀନଗର: ଜମ୍ମୁ-କାଶ୍ମୀର ବାରମୂଲା ଜିଲ୍ଲାର ଉରିରେ ଆତଙ୍କୀ ନିରୋଧୀ ଅପରେସନରେ 2 ସେନାର ଦୁଇ ଜଣ ଅଧିକାରୀ ଓ ସ୍ଥାନୀୟ ପୋଲିସର ଜଣେ ଅତିରିକ୍ତ ଏସପି ପାହ୍ୟାର ଅଧିକାରୀ ଆତଙ୍କୀଙ୍କ ଗୁଳିରେ ଶହୀଦ ହେବା ପରେ କ୍ରମାଗତ 3ଦିନ ହେଲାଣି ଜାରି ରହିଛି ଏନକାଉଣ୍ଟ । ଆଜି (ଶନିବାର) ସକାଳୁ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟରେ 3 ଆତଙ୍କୀ ନିପାତ ହୋଇଛନ୍ତି । ବଡ ଅପରେସନରେ ଜାରି ରଖିଛି ସେନା । ଆତଙ୍କୀଙ୍କ ଗୁପ୍ତ ଆଡ୍ଡା ଚିହ୍ନଟ କରାଯାଇ ଡ୍ରୋନ ଯୋଗେ ବୋମା ବର୍ଷଣ ଜାରି ରହିଛି । ଉକ୍ତ ଅଞ୍ଚଳରେ ଏକାଧିକ ଆତଙ୍କୀ ଏବେ ମଧ୍ୟ ଆତ୍ମଗୋପନ କରିଥିବା ସୂଚନା ରହିଥିବାରୁ ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନ କରି ଏହି ଗୁଳି ବିନିମୟ ଜାରି ରହିଛି । ଅଧିକ ସୁରକ୍ଷାବଳ ଉରିକୁ ପଠାଯାଇଛି । ଘଟଣାସ୍ଥଳରୁ ଅଧିକ ସୂଚନା ଦେଇଛନ୍ତି ଆମ ଇଟିଭି ଭାରତର ସ୍ଥାନୀୟ ରିପୋର୍ଟର ।
ବ୍ୟରୋ ରିପୋର୍ଟ, ଇଟିଭି ଭାରତ