thumbnail

By ETV Bharat Odisha Team

Published : Dec 17, 2023, 10:59 PM IST

ETV Bharat / Videos

ପରିହାସ ମତେ ବନାଇଦେଲା IAS: ସୁଜାତା କାର୍ତ୍ତିକେୟନ

କଟକ: ସେ କ’ଣ ଘଟଣା ଥିଲା, ଯାହାକି ସୁଜାତା କାର୍ତ୍ତିକେୟନଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରେରିତ କରିଥିଲା ? ସୁଜାତା କାର୍ତ୍ତିକେୟନଙ୍କ ଜୀବନ ଏମିତି କ’ଣ ଘଟିଥିଲା ଯାହାକି ତାଙ୍କୁ ଆଇଏଏସ ଅଧିକାରୀ ହେବା ପାଇଁ ପ୍ରେରଣା ଯୋଗାଇ ଥିଲା ? ଜଣେ ଅଜଣା ବ୍ୟକ୍ତିଙ୍କ ପରିହାସକୁ କେମିତି ନିଜ ଜୀବନ ମୁଳମନ୍ତ୍ର କରି ଦେଲେ ସୁଜାତା ? ଏହି ସମସ୍ତ କଥାକୁ ସର୍ବସମ୍ମଖରେ ବଖାଣିଛନ୍ତି ଏହି ଓଡ଼ିଆ ମହିଳା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ମିଶନ ଶକ୍ତି ସଚିବ ।

କଟକ ସ୍ଥିତ ରେଭେନ୍ସା ବାଳିକା ବିଦ୍ୟାଳୟର ୧୫୦ତମ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ଉପସ୍ଥିତ ଛାତ୍ରୀମାନଙ୍କୁ ସମ୍ବୋଧିତ କରିବା ଅବସରରେ ସେ ତାଙ୍କ ନିଜ ସଂଘର୍ଷର କାହାଣୀ ବାଣ୍ଟିଛନ୍ତି ଏହି ଚର୍ଚ୍ଚିତ ଆଇଏଏସ । ଏହି ଉତ୍ସବରେ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ରେଭେନ୍ସା ବାଳିକା ବିଦ୍ୟାଳୟର ଶତାଧିକ ପୁରାତନ ତଥା ବର୍ତ୍ତମାନର ବହୁ ଛାତ୍ରୀ ଉପସ୍ଥିତ ଥିଲେ । ତେବେ ଆଇଏଏସ ହେବା ପଛର କ’ଣ ଥିଲା କାହାଣୀ ଶୁଣନ୍ତୁ ସୁଜାତାଙ୍କ ମୁହଁରୁ ...

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.