ଟିଏମସିରେ ଅହଂକାର ଚରମ ସୀମା ଟପିଛି: ଧର୍ମେନ୍ଦ୍ର ପ୍ରଧାନ
🎬 Watch Now: Feature Video
Published : Dec 25, 2023, 4:39 PM IST
ଭୁବନେଶ୍ବର: ତୃଣମୂଳ କଂଗ୍ରେସରେ ଅହଂଙ୍କାର ସବୁ ସୀମା ଟପିଯାଇଛି । ସାମ୍ବିଧାନିକ ପଦ ଓ ପଦବୀ ପ୍ରତି ମଧ୍ୟ ସେମାନଙ୍କର ସାମାନ୍ୟତମ ସମ୍ମାନ ନାହିଁ। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଦଗଦୀପ ଧନକଡ଼ଙ୍କୁ ମିମିକ୍ରି କରିଥିବା ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶା ଗସ୍ତରେ ଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଯଦି ସେମାନେ ସାମ୍ବିଧାନିକ ପଦକୁ ପରିହାସ କରିବେ ? ଯଦି ସେମାନେ ଜଣେ କୃଷକଙ୍କ ପୁଅକୁ ପରିହାସ କରିବେ ? ଯଦି ସେମାନେ ପଛୁଆ ଜାତିରୁ ଆସୁଥିବା ବ୍ୟକ୍ତିଙ୍କୁ ଥଟ୍ଟା କରିବେ ? ତେବେ ସେମାନେ ଜେଲ ଯାଇ ନ ପାରନ୍ତି । ମାତ୍ର ଲୋକ ଅଦାଲତରେ ନିର୍ବାସିତ ହେବେ । ଲୋକେ ସେମାନଙ୍କୁ କ୍ଷମା କରିବେ ନାହିଁ । ଇଣ୍ଡିଆ ମେଣ୍ଟକୁ ଘମଣ୍ଡିଆଙ୍କ ମେଣ୍ଟ କହିବା ସହ ଏହି ମଞ୍ଚ, କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରର ଲୋକପ୍ରିୟତାକୁ କଦାପି ଗ୍ରହଣ କରି ପାରିବେ ନାହିଁ ବୋଲି ତାତ୍ସଲ୍ୟ କରି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ