ଜଗନ୍ନାଥ ମନ୍ଦିର ବେଢାରେ ପୋଛା ମାରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

🎬 Watch Now: Feature Video

thumbnail

ଅନୁଗୋଳ: କେନ୍ଦ୍ର ଶିକ୍ଷା, ଦକ୍ଷିତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୋଳ ସ୍ଥିତ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଛନ୍ତି । ସେଠାରେ କେନ୍ଦ୍ରମନ୍ତ୍ରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିବା ପରେ ନିଜ ହାତରେ ମନ୍ଦିର ବେଢା ସଫା କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କିଛି ଦଳୀୟ ନେତା ମିଶି ହାତରେ ପୋଛା ଧରି ମନ୍ଦିର ପରିସରରେ ସଫେଇ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି । ଧର୍ମେନ୍ଦ୍ରଙ୍କ ପୂର୍ବରୁ ଗତକାଲି (ଶୁକ୍ରବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ମହାରାଷ୍ଟ୍ର ଗସ୍ତ ସମୟରେ ନାଶିକ ସ୍ଥିତ ଶ୍ରୀକାଲାରାମ ମନ୍ଦିର ପରିସର ସଫା କରୁଥିବାର ନଜର ଆସିଥିଲେ  । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଏହାପରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ଜଗନ୍ନାଥ ମନ୍ଦିର ପରିସରେର ସଫେଇ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଦେଖନ୍ତୁ ଏହି ଭିଡିଓ...

ଏହା ମଧ୍ୟ ପଢନ୍ତୁ: ମନ୍ଦିର ପରିସର ସଫା କରି ମୋଦିଙ୍କ ବାର୍ତ୍ତା; ଶ୍ରୀରାମ ଆସୁଛନ୍ତି, ସ୍ବଚ୍ଛତା ଅଭିଯାନ ଚଲାଅ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.