ନୂଆବର୍ଷରେ ମହାକାଳେଶ୍ବର ମନ୍ଦିରରେ ଭସ୍ମ ଆଳତୀ
🎬 Watch Now: Feature Video
Ujjain Mahakaleshwar temple: ଭୋପାଳ: ଭାରତ ବର୍ଷରେ ମହାଦେବଙ୍କର ରହିଛି ଅନେକ ମନ୍ଦିର । 12ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ମଧ୍ୟପ୍ରଦେଶ ଉଜ୍ଜୈନରେ ଥିବା ମହାକାଳେଶ୍ବର ମନ୍ଦିର ମଧ୍ୟ ଅନ୍ୟତମ । ତେବେ ଆଜି ନୂଆବର୍ଷ ଅବସରରେ ଭୋଳାବାବାଙ୍କ ଭସ୍ମ ଆଳତୀ ଅନୁଷ୍ଠିତ ହୋଇଛି । ନୀତିନିୟମ ଅନୁସାରେ ଆଜି ସକାଳୁ ମନ୍ଦିରର କବାଟ ଖୋଲିବା ପରେ ବାବା ମହାକାଳେଶ୍ବରଙ୍କ ଅଭିଷେକ କରାଯାଇଥିଲା । ପୂଜାରୀମାନେ ମହାକାଳଙ୍କ କୋଟି ତୀର୍ଥ କୁଣ୍ଡ ଉପରେ ଜଳାଭିଷେକ କରିଥିଲେ । ହଜାର ହଜାର ସଂଖ୍ୟାରେ ଭକ୍ତ ଉପସ୍ଥିତ ରହି ମହାକାଳଙ୍କ ଦର୍ଶନ କରି ନୂଆବର୍ଷର ପ୍ରଥମ ଦିନକୁ ଆରମ୍ଭ କରିଛନ୍ତି । ଉଜ୍ଜୈନ ବାବା ମହାକାଳେଶ୍ବରଙ୍କୁ କାଳର ଅଧିଷ୍ଠାତ୍ରା ବୋଲି କୁହାଯାଏ । ନୂଆବର୍ଷ ଭଲରେ କଟିବାର କାମନା କରି ଶ୍ରଦ୍ଧାଳୁମାନେ ମହାକାଳଙ୍କ ଦର୍ଶନ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ - Chandrayaan-3: ସଫ୍ଟ ଲ୍ୟାଣ୍ଡିଂ ପାଇଁ ମହାକାଳେଶ୍ବର ମନ୍ଦିରରେ ଭସ୍ମ ଆଳତୀ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ