ଅପରାଧ ଦୁନିଆରେ କଲେଜ ଛାତ୍ର, ଚିନ୍ତାରେ ପୋଲିସ - ଜଟଣୀରେ କଲେଜ ଛାତ୍ରଙ୍କ ଆତଙ୍କରାଜ

🎬 Watch Now: Feature Video

thumbnail

By

Published : May 17, 2023, 5:08 PM IST

ଖୋର୍ଦ୍ଧା: ଅପରାଧ ଦୁନିଆରେ କଲେଜ ଛାତ୍ର । ପାଠପଢ଼ା ଛାଡି ଅପରାଧିକ କାର୍ଯ୍ୟରେ ସାମିଲ ହେବା ଘଟଣା ଏବେ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ସହର ପୂର୍ବ ଓଡ଼ିଶାର ବ୍ୟବସାୟୀକ କେନ୍ଦ୍ର ଭାବେ ପରିଚିତ ଥିବା ବେଳେ ଏବେ ଅପରାଧୀଙ୍କ ଚରାଭୂଇଁ ପାଲଟିଛି । ବିଶେଷକରି ଖୋର୍ଦ୍ଧା ସହର ନିଶା ମାଫିଆଙ୍କ ଆଡା ସ୍ଥଳ ପାଲିଟିଛି । ଶାନ୍ତି ପ୍ରିୟ ସହର ଏବେ ଅଶାନ୍ତ ହେବାକୁ ଲାଗୁଛି । ଟଙ୍କା ଲୋଭରେ ଅପରାଧ ଦୁନିଆରେ ପାଦ ଥାପୁଛନ୍ତି କଲେଜ ପଢୁଆ ଛାତ୍ର । ଏହି କ୍ରମରେ ଦୁଇ ଛାତ୍ରଙ୍କୁ ଗିରଫ କରିଛି ଜଟଣୀ ପୋଲିସ । ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ 6 ରାଉଣ୍ଡ ଜୀବନ୍ତ ଗୁଳି ଓ କିଛି ଟଙ୍କା ଜବତ କରିଛି । ସୂଚନା ଅନୁଯାୟୀ, ଜଟଣୀ ଭେଟନାରୀ ଛକରେ ଦୁଇ ଯୁବକ ଗୋଟିଏ ନମ୍ବର ବିହୀନ ପଲସର ମୋଟର ସାଇକେଲରେ ଅଣ୍ଟାରେ ବନ୍ଧୁକ ରଖି ଲୋକଙ୍କୁ ଭୟଭୀତ କରି ରାସ୍ତାରେ ଯାଉଥିବା ଜଟଣୀ କମିଶନରେଟ ପୋଲିସ ଖବର ପାଇଥିଲା । ଏହି ଘଟଣାରେ ସେମାନଙ୍କୁ ଗିରଫ କରି ଗୋଟିଏ ଦେଶୀ ବନ୍ଧୁକ, 6ରାଉଣ୍ଡ ଗୁଳି, ନଗଦ 10 ହଜାର 200ଟଙ୍କା ଓ ପଲସର ମଟର ସାଇକେଲକୁ ଜବତ କରାଯାଇଛି । ଗିରଫ ଛାତ୍ର ଦୁଇଜଣ ହେଲେ ଅରଗୁଳ ଅଞ୍ଚଳରେ ଅସିତ ସାହୁ ଏବଂ ବ୍ରହ୍ମଗିରି ଅଞ୍ଚଳର ସୌମ୍ୟ ରଞ୍ଜନ ଦାସ । ଅସିତ ଅରଗୁଳ କଲେଜ ଯୁକ୍ତଦୁଇ ଛାତ୍ର ହୋଇଥିବା ବେଳେ ସୌମ୍ୟ ଜଟଣୀ କଲେଜ ଛାତ୍ର ଅଟନ୍ତି । ତେବେ ଅପରାଧ କ୍ଷେତ୍ରରେ ଯୁବପିଢିଙ୍କ ପ୍ରବେଶ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । 

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.