ସାନ ଭାଇକୁ ବଞ୍ଚାଇବାକୁ ଯାଇ ପ୍ରଖର ସ୍ରୋତକୁ ଡେଇଁଲା ବଡ଼ ଭାଇ, ଉଭୟଙ୍କ ମୃତ୍ୟୁ - ବୈସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର

🎬 Watch Now: Feature Video

thumbnail

By

Published : Apr 19, 2023, 6:15 PM IST

ବାଲେଶ୍ବର: ଜିଲ୍ଲାର ରେମୁଣା ବ୍ଲକ ଗଣ୍ଡର୍ଦା ପତୁକା ଶାସନ ନିକଟ ବୁଢ଼ାବଳଙ୍ଗ ନଦୀରେ ଗାଧୋଇବା ବେଳେ ଦୁଇ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ । ମୃତକ ବଡ଼ ଭାଇର ନାମ ବିକାଶ ପଣ୍ଡା ହୋଇଥିବା ବେଳେ ସାନ ଭାଇ ତୁଷାର ପଣ୍ଡା ବୋଲି ଜଣାପଡିଛି । ସୂଚନା ମୁତାବକ ଦୁଇ ଜଣ ଆଜି ୧୨ ଟା ସମୟରେ ନଇକୁ ଗାଧୋଇବାକୁ ଯାଇ ନଦୀର ଗଭୀର ସ୍ରୋତରେ ଭାସି ଯାଇଥିଲେ । ପ୍ରଥମେ ସାନ ଭାଇ ବୁଡ଼ି ଯାଉଥିବା ଦେଖି ଭାଇକୁ ଉଦ୍ଧାର କରିବାକୁ ଯାଇ ବଡ଼ ଭାଇ ବି ସେହି ପ୍ରଖର ସ୍ରୋତରେ ଯାଇଥିଲା । ଅନ୍ୟପଟେ 2ଭାଇ ବୁଡି ଯାଉଥିବା ଦେଖି ସ୍ଥାନୀୟ ଅଞ୍ଚଳବାସୀ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ । ଉଦ୍ଧାର କରି ସେମାନଙ୍କୁ ପ୍ରଥମେ ବୈସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଇଥିଲେ। ହେଲେ ଡାକ୍ତରଖାନାରେ ଉଭୟ ଭାଇଙ୍କ ମୃତ ବୋଲି ଡାକ୍ତର ଘୋଷଣା କରିଥିଲେ ।

ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.