thumbnail

By

Published : Jun 16, 2023, 6:37 AM IST

ETV Bharat / Videos

ଷ୍ଚଣ୍ଟ୍ ପ୍ରଦର୍ଶନ ହେଲା କାଳ, ଟ୍ରାକ୍ଟର ଓଲଟି ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଲକ୍ଷ୍ନୌ: ଷ୍ଚଣ୍ଟ୍ ପ୍ରଦର୍ଶନ କରିବା ଯୁବକଙ୍କୁ ଭାରି ପଡିଛି। ଷ୍ଟଣ୍ଟ୍ ଦେଖାଇବା ସମୟରେ ଟ୍ରାକ୍ଟରର ଚକା ତଳେ ଚାପି ହୋଇଯିବାରୁ ଯୁବକଙ୍କ ଜୀବନ ଯାଇଛି । ଉତ୍ତରପ୍ରଦେଶର ମିରଟରୁ ଏଭଳି ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ସେପଟେ ଏଭଳି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଷଣ୍ଟ୍‌ ପ୍ରଦର୍ଶନ କରୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ମୁଜାଫରନଗରର ଅଜୟ କୁମାର ଡିମ୍ପଲ । ଅଜୟଙ୍କ ବୟସ 35 ବର୍ଷ ହୋଇଥିବା ଜଣା ପଡିଛି । ସେ ଭବାନୀ ଅଟୋ ମୋବାଇଲ୍ସ ନାମକ ଏକ କମ୍ପାନୀରେ କାମ କରୁଥିଲେ । 

ସୂଚନା ଅନୁସାରେ କମ୍ପାନୀ ତରଫରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ବିଭିନ୍ନ ମଡେଲର ଟ୍ରାକ୍ଟର ଚଳାଇ ତାହାର ଫିଚର୍ସ ଗ୍ରାହକଙ୍କୁ ଦେଖିାଇବା ପାଇଁ ଯୋଜନା ରହିଥିଲା । ତେବେ ଅଜୟ ବିଭିନ୍ନ ପ୍ରକାରର ଷ୍ଟଣ୍ଟ୍ ପ୍ରଦର୍ଶନ କରି ଟ୍ରାକ୍ଟରର ଫିଚର୍ସ ଦେଖାଇବାରେ ଲାଗିଥିଲେ । ଆଉ ସେହି ସମୟରେ ଘଟିଥିଲା ଅଘଟଣ । କ୍ଲଚ୍‌ରୁ ପାଦ ଖସି ଯିବାରୁ ଭାରସାମ୍ୟ ହରାଇଥିଲା ଟ୍ରାକ୍ଟର । ଗାଡିଟିର ସ୍ପିଡ୍ ଅଧିକ ଥିବାରୁ ହଠାତ୍ ଓଲଟି ପଡିଥିବା ଦେଖିବାକୁ ମିଳିଥିଲା। ଆଉ ଟ୍ରାକ୍ଟର ତଳକୁ ଖସି ପଡିଥିଲେ ଡ୍ରାଇଭିଂ କରୁଥିବା ଅଜୟ ।

ଅଜୟଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କର ଏକ 5 ବର୍ଷର ପୁଅ ଏବଂ 2 ବର୍ଷର ଝିଅ ରହିଛନ୍ତି ।  କମ୍ପାନୀ ତରଫରୁ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି । ଅପରପକ୍ଷେ ଘଟଣାର ତଦନ୍ତ କରୁଛି ପୋଲିସ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.