Telangana: ପ୍ରଚାର ବେଳେ ଗାଡିରୁ ଖସିପଡିଲେ ତେଲେଙ୍ଗାନା ମନ୍ତ୍ରୀ KTR, ଦେଖନ୍ତୁ ଭିଡିଓ - ତେଲେଙ୍ଗାନା ଶାସନ
🎬 Watch Now: Feature Video
Published : Nov 9, 2023, 4:54 PM IST
ହାଇଦ୍ରାବାଦ: ପ୍ରଚାର ବେଳେ ଗାଡିରୁ ଖସିପଡିଲେ ତେଲେଙ୍ଗାନା ମନ୍ତ୍ରୀ KTR । ଆଜି ଅପରାହ୍ନରେ ସେ ତେଲେଙ୍ଗାନାର ନିଜାମାବାଦର ଆର୍ମୁରରେ ପ୍ରଚାର କରୁଥିବା ବେଳେ ଏପରି ଦୁର୍ଘଟଣାର ଶିକାର ହୋଇଛନ୍ତି । ସେ ଏକ ଗୋଲାପୀ ରଙ୍ଗର ଭ୍ୟାନ ଉପରେ ରୋଡ ସୋ କରୁଥିଲେ । ସାଙ୍ଗରେ କିଛି ସହଯୋଗୀ ମଧ୍ୟ ତାଙ୍କ ସହ ଗାଡିର ରୁଫରେ ଥିଲେ । ହଠାତ ଏହି ସମୟରେ ଗାଡିଟି ବ୍ରେକ ମାରିବାରୁ କେସିଆରଙ୍କ ସମେତ ସମସ୍ତେ ଖସି ପଡିଥିଲେ । ତେବେ ସେ ଏଥିରେ ସାମାନ୍ୟ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ରୋଡ ସୋ ଅଧାରୁ ବନ୍ଦ ରହିଥିଲା । ପରେ ପୁଣି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଅନ୍ୟପଟେ ଆଜି ରାଜଧାନୀ ହାଇଦ୍ରାବାଦରେ ଶାସକ ଭାରତ ରାଷ୍ଟ୍ରସମିତି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ଉଭୟ ଦଳର ପ୍ରାର୍ଥୀ ପ୍ରଚାର ସମୟରେ ମୁହାଁମୁହିଁ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ