thumbnail

By

Published : Jun 26, 2023, 10:06 PM IST

ETV Bharat / Videos

ଟଲିଉଡର କୌଣସି ସିନ୍‌ ନୁହେଁ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ KCRଙ୍କ ଗ୍ରାଣ୍ଡ ଏଣ୍ଟ୍ରି

ମୁମ୍ବାଇ: ଭାରତ ରାଷ୍ଟ୍ର ସମିତି (BRS)ର ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଦୁଇ ଦିନିଆ ମହାରାଷ୍ଟ୍ର ଗସ୍ତରେ ଅଛନ୍ତି । ତେବେ ସେ ଆଜି (ଜୁନ ୨୬) ସନ୍ଧ୍ୟାରେ ସୋଲାପୁରରେ ଏକ ଲମ୍ବା କାରକେଡରେ ପହଞ୍ଚିଥିଲେ । ଆଜି ପୂର୍ବାହ୍ନ ୧୧ଟା ସମୟରେ କେସିଆର କିଛି ମନ୍ତ୍ରୀ, ସାଂସଦ ଓ ଦଳୀୟ ନେତାଙ୍କ ସହିତ ପ୍ରାୟ ୬୦୦ଟି ଯାନରେ ପ୍ରଗତି ଭବନରୁ ବାହାରିଥିଲେ । ସୋଲାପୁରରେ ଅପରାହ୍ନ ୪ଟାରେ ପହଞ୍ଚିଥିଲେ । ସେଠାରେ କିଛି ପ୍ରବାସୀ ତେଲେଗୁ ବୁଣା କାରିଗରଙ୍କୁ ଭେଟିଛନ୍ତି । ମହାରାଷ୍ଟ୍ରରେ ପ୍ରବେଶ ସମୟରେ ଆକାଶ ମାର୍ଗରୁ କେସିଆରଙ୍କ ଗ୍ରାଣ୍ଡ ଏଣ୍ଟ୍ରି ଦେଖିବାକୁ ମିଳିଥିଲା । ଯାହାକି କୌଣସି ଫିଲ୍ମ ସିନଠାରୁ କମ ଲାଗୁନଥିଲା । ଏହି କାରକେଡରେ ୬୦୦ରୁ ଅଧିକ ଯାନ ରହିଥିଲା । ସୋଲାପୁରରେ ପହଞ୍ଚିବା ପରେ କେସିଆରଙ୍କୁ ଦଳୀୟ କର୍ମୀମାନେ ସ୍ବାଗତ କରିଥିଲେ । ଆସନ୍ତାକାଲି ପନ୍ଧାରପୁର ସ୍ଥିତ ରୁକ୍ମିଣୀ-ଭିଥୋବା ମନ୍ଦିରରେ ଏକ ବିଶେଷ ପୂଜାରେ ସେ ଯୋଗଦେବେ । ଏହାସହିତ କିଛି ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାର ଯୋଜନା ରହିଛି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.