ଆଜି ମହା ସପ୍ତମୀ, ସୁନା ବେଶରେ ଦର୍ଶନ ଦେଲେ ମାଆ ତାରିଣୀ

By ETV Bharat Odisha Team

Published : Oct 21, 2023, 10:29 AM IST

thumbnail

କେନ୍ଦୁଝର: ଆଉଦିନ କେଇଟା ପରେ ଦଶହରା ।  ଆଜି ମାଆଙ୍କ ମହା ସପ୍ତମୀ ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ଘଟଗାଁ ମାତାରିଣୀଙ୍କ ପୀଠ । ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ ।  ସକାଳୁ ସକାଳୁ ମା' ତାରିଣୀଙ୍କ ଦର୍ଶନ ପାଇଁ ଭକ୍ତଙ୍କର ଭିଡ ଦେଖିବାକୁ ମିଳିଛି । ଦଶହରା ଅବସରେ ସପ୍ତମୀ ଠାରୁ ଦଶମୀ ଯାଏଁ ଭକ୍ତମାନଙ୍କୁ ମାଆ ସୁନାବେଶରେ ଦର୍ଶନ ଦେବେ । ମାଙ୍କ ପୀଠରେ ଏଥିପାଇଁ ହୋମ ଯଜ୍ଞ, ଚଣ୍ଡୀପାଠ ଆଦି ସହ ସ୍ବତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି ।  ମନ୍ଦିର ପରିସରରେ ମାଆ ଦଶଭୂଜାଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି । ଗୋଟିଏ ପଟେ ମାଆ ଦୁର୍ଗାଙ୍କର କାନ୍ତ କମନୀୟ ମୂର୍ତ୍ତି ଶ୍ରଦ୍ଧାଳୁ ଦର୍ଶନ କରୁଥିବା ବେଳେ, ମନ୍ଦିର ମଧ୍ୟରେ ମାତାରିଣୀଙ୍କର ସୁନାବେଶ ଦର୍ଶନ କରି ଶ୍ରଦ୍ଧାଳୁମାନେ ଆଶିଷ ଲାଭ କରୁଛନ୍ତି । ଦଶହରା ଅବସରରେ ମାତାରିଣୀ ୪ ଦିନ ଧରି ସୁନାବେଶରେ ଦର୍ଶନ ଦେବେ । ଭକ୍ତଙ୍କ ଭିଡ଼ ଦେଖି ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।  ପାଞ୍ଚ ଦିନ ମାଆଙ୍କ ପିଠରେ ଅଖଣ୍ଡ ଚଣ୍ଡୀପାଠ ମଧ୍ୟ କରାଯିବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି । ଅକ୍ଟୋବର ୨୦ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସବୁଦିନ ସନ୍ଧ୍ୟାରେ ଭକ୍ତଙ୍କ ପାଇଁ ପୀଠ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Durga Puja Special: ତ୍ରିଶକ୍ତି ରୂପେ ପୂଜା ପାଉଛନ୍ତି ମା’ ରାମଚଣ୍ଡୀ, ପ୍ରଥମ ଥର ହେଉଛି ଷୋଡଶ ଉପଚାର

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.