ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ବାହୁଡ଼ା ଯାତ୍ରା: ସୁନା ବେଶରେ ଦର୍ଶନ ଦେଲେ ହରିବଳଦେବଜୀଉ

By

Published : Jun 28, 2023, 10:20 PM IST

thumbnail

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ମୟୂରଭଞ୍ଜ ଜିଲ୍ଲାର ବାରିପଦା ଠାରେ ଶ୍ରୀ ଶ୍ରୀ ହରିବଳଦେବଜୀଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ମାଉସୀ ମା' ମନ୍ଦିରରେ ତିନି ଠାକୁର ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଆଡ଼ପମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଏହି ମନଲୋଭା ସୁନାବେଶ ଦେଖି ଭକ୍ତମାନେ ଭାବ ବିହ୍ଵଳିତ ହୋଇ ପଡ଼ିଥିଲେ । ବିଶ୍ବାସ ରହିଛି ଆଡ଼ପ ମଣ୍ଡପରେ ତିନି ଠାକୁରଙ୍କ ସୁନାବେଶ ଦର୍ଶନ କଲେ ବହୁତ ପୁଣ୍ୟ ଫଳ ମିଳିଥାଏ । ଏଥିପାଇଁ ଆଜି ମାଉସୀ ମା' ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଥିଲା । ସକାଳୁ ତିନି ଠାକୁରଙ୍କ ସ୍ବତନ୍ତ୍ର ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରା ଯାଇଥିଲା । ଅପରାହ୍ନ ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବାହୁଡ଼ା ପହଣ୍ଡି କରି ରଥାରୂଢ଼ କରାଯାଇଛି । ଆସନ୍ତାକାଲି ଏବଂ ଶୁକ୍ରବାର ଦୁଇ ଦିନ ଧରି ବାରିପଦାରେ ବାହୁଡ଼ା ରଥଯାତ୍ରା ଅନୁଷ୍ଠିତ ହେବ । ତିନି ଠାକୁର ମାଉସୀ ମା' ମନ୍ଦିରରେ ଅବସ୍ଥାନ କାଳରେ ଆଡ଼ପ ମଣ୍ଡପରେ ବିଜେ କରି ଦଶମୀ ପର୍ଯ୍ୟନ୍ତ ଗୁଣ୍ଡିଚା ଘରେ ବିଭିନ୍ନ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ତେଣୁ ପ୍ରବଳ ମାତ୍ରାରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । 

ଇଟିଭି ଭାରତ, ରାଇରଙ୍ଗପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.