ସୁନାବେଶରେ ଦର୍ଶନ ଦେବେ ରଥାରୁଢ ଶ୍ରୀଜିଉ, ମଣିମାଙ୍କୁ ଶାଢି ପିନ୍ଧାଇ ସଜ କରୁଛନ୍ତି ସେବାୟତ

By

Published : Jun 29, 2023, 6:11 PM IST

thumbnail

ପୁରୀ: ଆଜି ପବିତ୍ର ଆଷାଢ ଶୁକ୍ଳ ଏକାଦଶୀ ତିଥି । ରଥରେ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଏନେଇ ପ୍ରକ୍ରିୟା ଜାରି ରହିଥିବା ବେଳେ ଆଉ କିଛି ସମୟ ପରେ ମହଣ ମହଣ ଅଳଙ୍କାରରେ ବିଭୂଷିତ ହେବେ ଚତୁର୍ଦ୍ଧାମୂର୍ତ୍ତି । ତିନି ଠାକୁରଙ୍କୁ ସେବାୟତମାନେ ଶାଢୀ ପିନ୍ଧାଇବା ସହିତ ସୁଗନ୍ଧିତ ପୁଷ୍ପମାଳାରେ ସୁସଜ୍ଜିତ କରୁଛନ୍ତି । ଅପୂର୍ବ ସୁନାବେଶ ଦେଖିବା ଲାଗି ଆଜି ବଡ଼ଦାଣ୍ଡରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଖରାକୁ ଖାତିରି ନକରି ରଥାରୁଢ ଶ୍ରୀଜିଉଙ୍କୁ ଦର୍ଶନ ଲାଗି ବଡ଼ଦାଣ୍ଡରେ ଜନସମୁଦ୍ର ଦେଖିବାକୁ ମିଳିଛି । ସେପଟେ ରତ୍ନଭଣ୍ଡାରରୁ ସୁନା ଅଳଙ୍କାର ରଥ ନିକଟକୁ ବୋହି ଆଣୁଛନ୍ତି ସେବାୟତ । ଏପଟେ ସୁନାବେଶ ବିଭୂଷଣ ପ୍ରକ୍ରିୟାକୁ ଜାରି ରହିଛି । ସୁନାବେଶରେ କାଳିଆ ସାଆନ୍ତେଙ୍କୁ ଦେଖିବା ଲାଗି ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛି ଶ୍ରଦ୍ଧାଳୁ । ଏବେ ଚନ୍ଦ୍ରିକା ମହାପ୍ରଭୁଙ୍କ ମଥାରେ ଲଗାଯାଉଛି । ଏଭଳି ବିବିଧ ଅଳଙ୍କାର ପ୍ରାୟ ୧୩୮ ପ୍ରକାରର ଅଳଙ୍କାରରେ ମହାପ୍ରଭୁଙ୍କୁ ସୁସଜ୍ଜିତ କରୁଛନ୍ତି ସେବାୟତ ।  

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.