thumbnail

FIFA World Cup: ବାଲୁକା କଳାରେ ଫିଫା ଟ୍ରଫି, ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

By

Published : Nov 21, 2022, 10:06 AM IST

Updated : Feb 3, 2023, 8:33 PM IST

ପୁରୀ: କତାରରେ ଆରମ୍ଭ ହୋଇଯାଇଛି ଫିଫା ବିଶ୍ଵକପ(FIFA World Cup 2022) । ଫିଫା ବିଶ୍ଵକପ ଅବସରରେ ପୁରୀ ବେଳାଭୂମିରେ ବାଲୁକା ଚିତ୍ରକଳା । ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୮ ଫୁଟର ବାଲୁକାରେ ଫିଫା ବିଶ୍ଵକପର ନକଲ ଟ୍ରଫି ଆଙ୍କିଛନ୍ତି ବାଲିରେ । ଯେଉଁଥିରେ ଅଂଶଗ୍ରହଣ କରୁଥିବା ୩୨ଟି ଦେଶର କଏନ, ଭାରତୀୟ କଏନ ସମେତ ୧୩୫୦ଟି କଏନ ବ୍ୟବହୃତ ହୋଇଛି । ସାରା ବିଶ୍ୱରେ ଏଭଳି ଏକ ଇଂଷ୍ଟାଲେସନ ଆର୍ଟ ପ୍ରଥମ ବୋଲି ଦାବି କରିଛନ୍ତି ସୁଦର୍ଶନ । ଏହି ବାଲୁକାକଳାକୁ ଦେଖିବା ପାଇଁ ପୁରୀ ବେଳାଭୂମିରେ ଲୋକଙ୍କ ଭିଡ ଜମିଛି । ଫୁଟବଲ ଟିମ ଓଡ଼ିଶା ଏଫ୍ସିର କୋଚ୍ ଓ ପରିବାର ମଧ୍ୟ ଏହାକୁ ଦେଖି ଖୁସି ହୋଇଛନ୍ତି ।
Last Updated : Feb 3, 2023, 8:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.