Watch: ଭୋଟର ତାଲିକା ସଂଶୋଧନ ସଚେତନ ବାର୍ତ୍ତା, ବାଲୁକା କଳାର ଉଦଘାଟନ କଲେ CEO - ଭୋଟଲ ତାଲିକା ସଂଶୋଧନ ନେଇ ବାଲୁକା କଳା
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Oct 27, 2023, 12:05 PM IST
ପୁରୀ: ଭୋଟର ତାଲିକା ସଂଶୋଧନ ପାଇଁ ବାଲୁକା ଚିତ୍ରକଳାରେ ସଚେତନତା ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଆଜିଠୁ ଡିସେମ୍ବର 9 ତାରିଖ ଯାଏ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ହେବ । ଏନେଇ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା କରି ସଚେତନତା ବାର୍ତ୍ତା ଦେଇଛନ୍ତି ଶିଳ୍ପୀ ସୁଦର୍ଶନ । ବାଲୁକା କଳା ମାଧ୍ୟମରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ପୁରୀ ନୀଳାଦ୍ରୀ ବେଳାଭୂମିରେ ୨୦୨୪ର ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (SSR)ର ଥିମ୍ ଉପରେ ବାଲୁକା କଳା ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି । ଆଜିଠୁ ଆରମ୍ଭ ହୋଇ ଏହା ଡିସେମ୍ବର 9 ତାରିଖ ଯାଏ ଚାଲିବ ।
ଏଥିରେ ନୂଆ ଭୋଟର ସାମିଲ ହେବାକୁ ନେଇ ବାଲୁକା ଚିତ୍ରକଳାରେ ସଚେତନତା ବାର୍ତ୍ତା ଦିଆଯାଇଛି । ସିଇଓ ନିକୁଞ୍ଜ କୁମାର ଧଳ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ପ୍ରତ୍ୟେକ ଭୋଟର ସେମାନଙ୍କ ମୂଲ୍ୟବାନ ମତାଧିକାରକୁ ସାବ୍ୟସ୍ତ କରିବାକୁ ନିଜ ନାମ ଭୋଟର ତାଲିକାରେ ସାମିଲ କରିବା ଜରୁରୀ । ଯଦି ଜଣେ 18 ବର୍ଷ ବୟସ ପୂରଣ କରିଛନ୍ତି ତେବେ ସେମାନେ ଭୋଟର ଭାବେ ନାମ ପଞ୍ଜିକରଣ କରିପାରିବେ । ଭୋଟର ହେଲ୍ପ ଲାଇନ ଆପ୍ ମାଧ୍ୟମରେ ମଧ୍ୟ ସେମାନେ ପଞ୍ଜିକରଣ କରି ପାରିବେ । ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ପ୍ରସ୍ତୁତ ଏହି ବାଲୁକା କଳା ମାଧ୍ୟମରେ ଭୋଟର ସଚେତନତାର ବାର୍ତ୍ତା ଦେଇଛନ୍ତି । ଫର୍ମ 6ରେ ନୂଆ ଭୋଟର ପଞ୍ଜିକରଣ, 7ରେ ନାମ କାଟିବା, 8ରେ ତ୍ରୁଟି ସଂଶୋଧନ ଫର୍ମ ମାଧ୍ୟମରେ କରାଯିବ । ନୂଆ ନିୟମ ଅନୁଯାୟୀ ବର୍ଷକୁ 4ଥର ଭୋଟର ତାଲିକା ପଞ୍ଜିକରଣ କରାଯାଉଛି । 1 ଜାନୁଆରୀ, 1 ଏପ୍ରିଲ , 1ଜୁଲାଇ ଓ 1 ଅକ୍ଟୋବର ସୁଦ୍ଧା 18 ବର୍ଷ ହୋଇଥିଲେ ସେ ନୂଆ ପଞ୍ଜିକରଣ ହେବ ।
ଏହି ଅବସରରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଶରତ ଚନ୍ଦ୍ର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଅତିରିକ୍ତ ସିଇଓ ଶତ୍ରୁଘ୍ନ କର, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ଇଟିଭି ଭାରତ,ପୁରୀ