thumbnail

By ETV Bharat Odisha Team

Published : Jan 15, 2024, 9:52 PM IST

ETV Bharat / Videos

ସୌରଜଗତର ଦୁର୍ଲଭ ଦୃଶ୍ୟ ଦେଖିଲେ ଛାତ୍ରଛାତ୍ରୀ

Students Learned About Solar System:ବୌଦ୍ଧ: ଜିଲ୍ଲାରେ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିଲା ସୌରଜଗତର ଦୁର୍ଲଭ ଦୃଶ୍ୟ ଦେଖିବାର ସୁଯୋଗ । ବିରାଟକାୟ ଟେଲିସ୍କୋପ ମାଧ୍ୟମରେ ସୌରଜଗତର ଦୃଶ୍ୟ ଦେଖିଲେ ଛାତ୍ରଛାତ୍ରୀ । ଭୁବନେଶ୍ବରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ ପକ୍ଷରୁ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ସୌରଜଗତ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ତଥ୍ୟ ପ୍ରଦାନ କରାଯାଇଛି।

ଏହା ମଧ୍ୟ ପଢନ୍ତୁ...ଜଳବାୟୁ ପରିବର୍ତ୍ତ ଉପରେ ରଖାଯିବ ଲକ୍ଷ୍ୟ, ଫେବୃଆରୀରେ ଲଞ୍ଚ ହେବ INSAT-3DS

ଅପରାହ୍ନରେ ବୈଜ୍ଞାନିକମାନେ କଲେଜ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ଦିଗ ଉପରେ ସୂଚନା ଦେଇଥିଲେ । ସନ୍ଧ୍ୟାରେ ଏହି ଟିମ୍ ୨ ଟି ବିଶାଳକାୟ ଟେଲିସ୍କୋପ ମାଧ୍ୟମରେ ସୌରଜଗତର ବିଭିନ୍ନ ଗ୍ରହ ଉପଗ୍ରହର ସ୍ଥିତି ଅନୁଧ୍ୟାନ କରିଥିଲେ । ଛାତ୍ରଛାତ୍ରୀମାନେ ଟେଲିସ୍କୋପ ମାଧ୍ୟମରେ ଅତି ନିକଟରୁ ଚନ୍ଦ୍ର, ମଙ୍ଗଳ,ଶନିଗ୍ରହର ବଳୟ ଆଦି ଦେଖିବାର ସୁଯୋଗ ପାଇଥିଲେ । ସାରା ଦେଶରେ ଚନ୍ଦ୍ରଯାନକୁ ନେଇ ପ୍ରବଳ ଉତ୍ସାହ ରହିଥିବାବେଳେ ବର୍ତ୍ତମାନ ଏଭଳି ସୌରଜଗତକୁ ଦେଖିବାର ସୁଯୋଗ ପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.