ବିଦ୍ୟାଳୟ ପୁନଃ ଖୋଲାଯିବାକୁ ଦାବି: ଧାରଣାରେ ବସିଲେ କୁନିକୁନି ଛାତ୍ରଛାତ୍ରୀ

By

Published : Jul 28, 2023, 9:02 PM IST

thumbnail



ବ୍ରହ୍ମପୁର: ବିଦ୍ୟାଳୟ ପୁନଃ ଖୋଲାଯିବାକୁ ଦାବି କରି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅମରଣ ଅନଶନ କରିଛନ୍ତି ଛାତ୍ରଛାତ୍ରୀ । ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକର ଲାଲମେଣ୍ଟା ପଞ୍ଚାୟତ ଅନ୍ତର୍ଗତ ବୀରମେଖପୁରର ଅତ୍ୟନ୍ତ ପୁରାତନ ପ୍ରାଥମିକ ବିଦ୍ୟାଳୟରେ କମ୍ ଛାତ୍ରଛାତ୍ରୀ ଥିବା ଦର୍ଶାଇ ଦୀର୍ଘ 3 ବର୍ଷ ଧରି ବନ୍ଦ ରହିଛି ସ୍କୁଲ । ସେହି ବିଦ୍ୟାଳୟକୁ ପୁଣି ଥରେ ଖୋଲାଯିବା ପାଇଁ ଗ୍ରାମବାସୀ ବିଭିନ୍ନ ଫୋରମରେ ଦାବି କରିବା ପରେ ଶେଷରେ ଗ୍ରାମର ବିଦ୍ୟାର୍ଥୀ, ମହିଳା ଓ ପରିବାରର ଅଭିଭାବକମାନେ ଏପରି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ଗ୍ରାମରେ ବିଦ୍ୟାଳୟକୁ ବନ୍ଦ କରାଯାଇଥିବା ଯୋଗୁଁ କୋମଳମତି ଶିଶୁମାନେ ପାଠ ପଢିବା ପାଇଁ ପ୍ରାୟ ୨ କିଲୋମିଟର ଯାତ୍ରା କରୁଛନ୍ତି । ସେମାନଙ୍କୁ ନିକଟବର୍ତ୍ତୀ ବୀରସିଂହପୁର ପ୍ରାଥମିକ ବିଦ୍ୟାଳୟକୁ ଯିବାକୁ ପଡୁଛି । ଫଳରେ ସେମାନଙ୍କର  ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିବାବେଳେ ବହୁ ବିଦ୍ୟାର୍ଥୀ ଏହାରି ମଧ୍ୟରେ ଅଧାରୁ ପାଠ ଛାଡିଲେଣି । ହେଲେ ଏଥିପ୍ରତି ବାରମ୍ୱାର ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ବ୍ଲକ କର୍ତ୍ତୃପକ୍ଷ ଏବଂ ଶିକ୍ଷା ବିଭାଗକୁ ଅବଗତ କରିଥିଲେ ମଧ୍ଯ କୌଣସି ସୁଫଳ ମିଳିନି । ଏପରିକି ଏହାରି ମଧ୍ୟରେ ଗ୍ରାମବାସୀ ଓଡ଼ିଶାର ଉଚ୍ଚ ନ୍ୟାୟାଳୟରେ ଆଶ୍ରୟ ନେଇଥିବାବେଳେ ବିଦ୍ୟାଳୟ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହେଲେ ଏହାକୁ ଦୀର୍ଘ ୭ ମାସ ବିତିଯାଇଥିଲେ ସୁଦ୍ଧା ବିଦ୍ୟାଳୟ ଖୋଲାଯିବାର କୌଣସି ବ୍ୟବସ୍ଥା କରାଯାଇନାହିଁ । 

ଏହା ବି ପଢନ୍ତୁ...ଏମିତି ଚାଲିଛି ୫T ସ୍କୁଲ: ନୂଆ ବିଦ୍ୟାଳୟରେ ପଡ଼ିଛି ତାଲା, ପଲିଥିନ ଘରେ ଚାଲିଛି ପାଠଶାଳା
ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଗତ ୭ ତାରିଖରେ ଜିଲାପାଳ, ବ୍ରହ୍ମପୁର ଉପଜିଲାପାଳ, ଚିକିଟି ବିଡ଼ିଓ, ତହସିଲଦାର, ଜିଲା ଶିକ୍ଷା ଅଧିକାରୀ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ, ଏସ୍‌ପି, ଏସ୍‌ଡିପିଓ, କେ. ନୂଆଗାଁ ଥାନା ଅଧିକାରୀ ନିକଟକୁ ଲିଖିତ ଭାବେ ଅବଗତ କରାଯାଇଥିଲା । ସେପଟେ "ପିଲାଙ୍କ ଶିକ୍ଷା, ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସମସ୍ତେ ସାମୂହିକ ଭାବେ ଆମରଣ ଅନଶନ କରିବାକୁ ସ୍ଥିର କରିଛୁ" କହି ଚେତାବନୀ ଦେଇଛନ୍ତି ଅଭିଭାବକ । 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.